ବାଂଶପାଣିରେ ଗୋଷ୍ଠୀ ସାଧନ କେନ୍ଦ୍ର ଉଦଘାଟିତ

SHARE NOW :
କେନ୍ଦୁଝର (ଲାଇଭ୍ ଓଡ଼ିଶା ନ୍ୟୁଜ୍ / ଦିଗାମ୍ବର ବେହେରା): ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ା ବ୍ଲକ ୧୩ ନମ୍ବର ୱାର୍ଡ଼ ବାଂଶପାଣି ଗ୍ରାମର ବେହେରା ହଟିଂ ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଏକ ଗୋଷ୍ଠୀ ସାଧନ କେନ୍ଦ୍ର ଉତ୍ସର୍ଗୀ କୃତ କରାଯାଇଛି । ଚମ୍ପୁଆ ଉପ-ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଯୋଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର, ବେହେରା ହଟିଂର ଯୁବନେତା ଗଣେଷ ମୁଣ୍ଡାଙ୍କ ଉପସ୍ଥିତିରେ ଏହି ଗୋଷ୍ଠୀ ସାଧନ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏକ କାର୍ଯ୍ୟାଳୟ କକ୍ଷ, ସାଧାରଣ କକ୍ଷ ଓ ଶୌଚାଳୟ ସହିତ ଏହି ଗୋଷ୍ଠୀ ସାଧନ କେନ୍ଦ୍ରରେ ମୋଟ ୩ଟି କକ୍ଷ ରହିଛି । ଏହା ବ୍ୟତୀତ ଜଳ ଯୋଗାଣ ପାଇଁ ଓଭର ହେଡ଼ ଟ୍ୟାଙ୍କ୍ ସହିତ ଏକ ସୋକ୍ ପିଟ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଏହି ଗୋଷ୍ଠୀ କେନ୍ଦ୍ର ଦ୍ୱାରା ସ୍ଥାନୀୟ ଅଂଚଳର ୧୨୦୦ରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ । ଏହି କେନ୍ଦ୍ରରେ ସେମାନେ ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଅନ୍ୟ ଗୋଷ୍ଠୀ କେନ୍ଦ୍ରିକ କାର୍ଯ୍ୟକ୍ରମ ଆୟୋଜନ କରିପାରିବେ । ଏଙ୍ଖାରେ ଗ୍ରାମର ଯୁବ ବର୍ଗଙ୍କ ପାଇଁ ପାଠ୍ୟକ୍ରମ ଓ ସଚେତନତା ଅଧିବେସନର ମଧ୍ୟ ଆୟୋଜନ କରାଯାଇପାରିବ ।
ଯୋଡ଼ା ମହିଳା ମହାବିଦ୍ୟାଳୟର ୧୬୦ ମିଟର ଲମ୍ବା ହଷ୍ଟେଲ ପାଚେରୀ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଥିବା ବେଳେ ଏଥିରେ ଚମ୍ପୁଆ ଉପ-ଜିଲ୍ଲାପାଳ(ଓଏଏସ୍) ପ୍ରତାପ ପ୍ରୀତିମୟ, ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ଏବଂ ଯୋଡ଼ା ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ନାୟକ, ଯୋଡ଼ା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ମୃଦୁଲା ମହାନ୍ତି ଏବଂ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଟାଟାଷ୍ଟିଲ ଓ ଟାଟାଷ୍ଟିଲ ଫାଉଣ୍ଡେସନ୍ର ଅଧିକାରୀ ବୃନ୍ଦ ଓ ଯୋଡ଼ା ମହିଳା ମହାବିଦ୍ୟାଳୟର ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।