FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବଢୁଛି କରୋନା ସଂକ୍ରମଣ, ଖୋର୍ଦ୍ଧା ରେଡ ଜୋନ ଘୋଷିତ

ବଢୁଛି କରୋନା ସଂକ୍ରମଣ, ଖୋର୍ଦ୍ଧା ରେଡ ଜୋନ ଘୋଷିତ

ବଢୁଛି କରୋନା ସଂକ୍ରମଣ, ଖୋର୍ଦ୍ଧା ରେଡ ଜୋନ ଘୋଷିତ
SHARE NOW :

ଖୋର୍ଦ୍ଧା(ଲାଇଭ ଓଡିଶା ନ୍ୟୁଜ): ପୁଣି ରେଡ ଜୋନରେ ଖୋର୍ଦ୍ଧା । ପାର୍ବଣ ପାଇଁ ଭିଡ ବଢିଥିବା ବେଳେ ଜିଲ୍ଲାରେ ସଂକ୍ରମଣ ବଢିଛି । ଦିନକରେ ଖୋର୍ଦ୍ଧାରୁ ୬୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମଣ ଉପର ତଳ ହେଉଥିବା ବେଳେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ତେବେ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢୁଥିବା ଦେଖି ଖୋର୍ଦ୍ଧାକୁ ରେଡ ଜୋନ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ । ସଚେତନତା ହିଁ ସଂକ୍ରମଣ ରୋକିବ । ତେଣୁ ପାର୍ବଣରେ ଭିଡ ନକରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସୂଚନା ଯୋଗ୍ୟ ଯେ, ଆଜି ରାଜ୍ୟରେ ମୋଟ ୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts