ରାତି ୧୧ଟା ଯାଏଁ ଜଗା ଦର୍ଶନ

SHARE NOW :
ପୁରୀ (ଲାଇଭ ଓଡିଶା ନ୍ୟୁଜ୍) : ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀ । ଆଜି ପଞ୍ଚୁକର ଚତୁର୍ଥ ଦିନ । ମହାକାର୍ତ୍ତିକ ମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଆଜି ଶ୍ରୀବିଗ୍ରହଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ତିନି ଠାକୁର ।। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆ ପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ ।
ପ୍ରବଳ ଭକ୍ତଙ୍କ ସମାଗମକୁ ଲକ୍ଷ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାରେ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି । ପୂର୍ବରୁ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ରାତି ୧୧ଟା ପର୍ଯ୍ୟନ୍ତ କରାଯାଇଛି । ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ କିଭଳି ବଞ୍ଚିତ ନହୁଅନ୍ତୁ ସେନେଇ ଏହି ନିଷ୍ପତି ନିଆଯାଇଛି । ତେବେ ଏସଓପି ଅନୁଯାୟୀ ଆସନ୍ତାକାଲି କାର୍ତ୍ତିକ ପୂର୍ଣମୀ ଅବସରରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ।
ଅନ୍ୟପଟେ ଆରମ୍ଭ ହେବାକୁ ଯାଉଛି ବହୂ ପ୍ରତୀକ୍ଷିତ ଶ୍ରାମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ । ଯାହାର ଭୂମିପୂଜନ ନଭେମ୍ବର ୨୪ରେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଧାର୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମହାଯାଜନାଙ୍କୁ ଅନୁଗ୍ରହ ପ୍ରଦାନ କରିବେ ଯାହାକି ନଭେମ୍ବର ୨୧ ରୁ ୨୪ ମଧ୍ୟରେ ଯେ କୌଣସି ଦିନ ମନ୍ଦିରର ଉତ୍ତର-ପୂର୍ବ କୋଣରେ ଅନୁଷ୍ଠିତ ହେବ ଏବଂ ଶେଷ ଦିନରେ ‘ପୂର୍ଣ୍ଣାହୁତି’ ସହିତ ଏସଜେଟିଏ ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର କହିଛନ୍ତି।