- Home
- »
- Breaking News
- »
- ଧରାପୃଷ୍ଠରୁ ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା
ଧରାପୃଷ୍ଠରୁ ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ସରିଲା ଦଶହରା । ଆଜି ଜଗତଜନନୀ ମା’ ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେବେ । ଗତକାଲି ବିଜୟ ଦଶମୀରେ ମା’ଙ୍କ ପୂଜାରେ ବିଭିନ୍ନ ପୂଜାମଣ୍ଡପ କମ୍ପୁଥିବା ବେଳେ ଆଜି ମା ମେଲାଣୀ ନେବେ । କୋଭିଡ ପାଇର୍ ଏଥର ନିରାଡମ୍ବରରେ ପୂଜାପାଠ ହୋଇଥିବା ବେଳେ ଭସାଣୀ ପାଇଁ ମଧ୍ୟ କୋଭିଡ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏଥର ବିନା ବାଜାବାଣରେ ମା’ଙ୍କ ଭସାଣୀ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଭସାଣୀ ପାଇଁ ୫ଟି ଅସ୍ଥାୟୀ ପୋଖରୀ ହୋଇଥିବା ବେଳେ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି କଟକରେ ମେଢ ବିସର୍ଜନ ପାଇଁ ୬ ଟି ସ୍ଥାନ ଚିହ୍ନଟ କରାଯାଇଛି। ଦେବୀଗଡା ସହ ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡା, ଘାଟକୁଳ ଆଦି ସ୍ଥାନରେ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀ କରାଯାଇଛି। ପର୍ୟ୍ୟାୟ କ୍ରମେ ସନ୍ଧ୍ୟା ୬ଟା ସୁଦ୍ଧା ବିସର୍ଜନ କାର୍ୟ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କିଛି ମେଢ଼ ୧୭ ତାରିଖରେ ବିସର୍ଜନ କରାଯିବାକୁ ରୁଟ୍ ଚାର୍ଟ ସ୍ଥିର ହୋଇଛି।