- Home
- »
- Breaking News
- »
- “ଜୟ ଜଗନ୍ନାଥ ରସଗୋଲା ଆମର’’
“ଜୟ ଜଗନ୍ନାଥ ରସଗୋଲା ଆମର’’

SHARE NOW :
କଟକ(ଲାଇଭ ଓଡିଶା ନ୍ୟୁଜ): ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜଗନ୍ନାଥ ପରମ୍ପରା । ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି ଗୋଟିଏ ଡାଏଲଗ୍ । ଜୟ ଜଗନ୍ନାଥ ରସଗୋଲା ଆମର । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ସମସ୍ତଙ୍କ ହ୍ୱାଟସଆପ ଓ ଫେସବୁକ ଷ୍ଟାଟସରେ ଦେଖିବାକୁ ମିଳୁଛି ଏହି ଗୋଟିଏ ଭିଡିଓ । ଆଉ ଏହି ଭିଡିଓଟିକୁ ଥରେ ନୁହେଁ ବାରମ୍ବାର ଦେଖୁଛନ୍ତି ପବ୍ଲିକ । ଭିଡିଓଟିରେ ରସଗୋଲାକୁ ନେଇ ହକ ସାବ୍ୟସ୍ତ କରାଯାଉଥିବା ବେଳେ କୁହାଯାଇଛି ରସଗୋଲା ହେଉଛି ଓଡିଶାର । ୟାକୁ ଆମଠୁ ଆଉ କେହି ନେଇପାରିବେ ନାହିଁ । କଲିକତାରେ ଏହା ରସୋଗୁଲ୍ଲା ହୋଇଥାଇପାରେ ହେଲେ ରସଗୋଲା ହେଉଛି ଓଡିଶାର । ଏହି ଭିଡିଓଟି ଭାଇରାଲ ହୋଇଥିବା ବେଳେ ଏକ ଓଡିଆ ଝିଅର ବୋଲି ଜଣାପଡିଛି । ଚର୍ଚ୍ଚିତ ରିୟାଲିଟି ସୋ ସାରେଗାମାପାରେ ପ୍ରତିଯୋଗୀ ହୋଇଯାଇଥିବା ଓଡିଆ ଝିଅଙ୍କର ଏଭଳି ଜବାବ ସାରା ଓଡିଶାବାସୀଙ୍କ ସମ୍ମାନକୁ ଉଚ୍ଚା କରିଦେଇଛି । ଯୁବତୀ ଜଣକ କଟକର ସ୍ଥିତି ପଦ୍ମା ଦାଶ । ଯୁବତୀ ଜଣକ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସେଠାରେ ତାଙ୍କୁ ହିମେଶ ରଶମୀୟା ଏକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସାରା ଓଙ୍ଗିଶାବାସୀଙ୍କ ମନରେ ଖୁସୀ ଭରି ଦେଇକ୍ତି । ପ୍ରଶ୍ନଟି ଥିଲା ଓଙ୍ଗିଶାରୁ ଆସିଛ ଯଦି କୁହ ରସଗୋଲା କାହାର ? ବାସ ଏତକ ଶୁଣିବା ମାତ୍ରେ ଯୁବତୀଜଣକ ଉତ୍ତର ଦେଇଥିଲେ “ଯାହା ଭି ହେଉଯାଉ ଜୟ ଜଗନ୍ନାଥ ରସଗୋଲା ଆମର “ । ରସୋଗୁଲ୍ଲା କଲିକତାର ହୋଇଥାଇପାରେ ହେଲା କିନ୍ତୁ ଜୟ ଜଗନ୍ନାଥ ରସଗୋଲା ଆମର । ଆମ ମହାପ୍ରଭୁ ଜଗନ୍ନାଥ ରସଗୋଲା ଖାଇବାକୁ ଭଲପାନ୍ତି । ଜଗନ୍ନାଥ ଆମର ତେଣୁ ରସଗୋଲା ବି ଆମର । ବାସ୍ ଏହି କିଛି କଥାର ଭିଡିଓ ଏବେ ସୋସିଆଲ ମିଡିଆରେ ରାଜ କରୁଛି । ଯୁବତୀଜଣକ ଉତ୍କଳ ସଂଗୀତ ମହାବିଦ୍ୟାଳୟର ବିପିଏ ଦ୍ୱିତୀୟ ବର୍ଷର ପାଠ ପଢୁଥିବା ବେଳେ ବାପା ଓ ଦାଦାଙ୍କ ପ୍ରେରଣାରୁ ଏତେ ବାଟ ଆସିପାରିଛନ୍ତି ବୋଲି କହିଛନ୍ତି ସ୍ଥିତିପଦ୍ମା । ତାଙ୍କ ବାପା ଓ ଦାଦା ଉଭୟ ଭଲ କଣ୍ଠଶିଳ୍ପୀ ଭାବେ ପରିଚିତ । ରିୟାଲିଟି ସୋରେ ସ୍ଥିତିପଦ୍ମାଙ୍କ ଏଭଳି ଉତ୍ତର ପାଇଁ ସେ ସାରା ଓଡିଶାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।