FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର
SHARE NOW :

ଭୁବନେଶ୍ୱର,୨୩.୯( ଲାଇଭ୍ ଓଡିଶା ନ୍ୟୁଜ୍‌)): ତାମିଲନାଡ଼ୁ ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର। ତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍। ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଖାଲିଥିଲା ଏହି ପଦବୀ।
ରାଜ୍ୟ ମୁଖ୍ୟ ସୂଚନା କମିଶନର ପାଇଁ ରାଜ୍ୟ ସରକାର ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାଁକୁ ସର୍ଟଲିଷ୍ଟ କରିଥିଲୋ ସେମାନେ ହେଲେ ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍ ଏମ.ଅକ୍ଷୟଙ୍କ ନାଁକୁ ସର୍ଟଲିଷ୍ଟ କରାଯାଇଥିଲା।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜଳଦ କୁମାର ତ୍ରିପାଠୀଙ୍କ ନାଁରେ ମୋହର ବାଜିଥିଲା।

ପୂର୍ବରୁ ସେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଦୌଡ଼ରେ ରହିଥିଲେ।
ତାମିଲନାଡୁ କ୍ୟାଡ଼ରର ଓଡ଼ିଆ ଆଇପିଏସ୍ ଶ୍ରୀ ତ୍ରିପାଠୀ ୨୦୨୧ ଜୁନ୍ ୩୦ତାରିଖରେ ପୋଲିସ ଡିଜି ପଦବୀରୁ ଅବସର ନେଇଥିଲେ। ସେ ଚେନ୍ନାଇ ପୋଲିସ କମିଶନର ଭାବେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ୨୦୦୮ ମସିହାରେ ସେ ପ୍ରଥମ ପୋଲିସ ଭାବେ ପବ୍ଲିକ ଆଡମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ଘର କଟକ ଜିଲ୍ଲାର ସାଲେପୁର ବ୍ଲକର ଭେଡ଼ା ଗାଁରେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ୨୦୨୧ ଅଗଷ୍ଟ ୧୫ରୁ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବାଳକୃଷ୍ଣ ମହାପାତ୍ର ଏବେ ଅସ୍ଥାୟୀ ଭାବେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଦାୟିତ୍ୱ ତୁଲାଉଛନ୍ତି । ଏବେ ରାଜ୍ୟ ସୂଚନା କମିଶନରେ ବାଳକୃଷ୍ଣ ମହାପାତ୍ରଙ୍କ ସମେତ ବିକ୍ରମ କୁମାର ସେନାପତି, ଦିଲ୍ଳୀପ କୁମାର ବିଶୋୟୀ ଓ ସଞ୍ଜୟ କେଶରୀ ସ୍ୱାଇଁ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *

Related Posts