FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମଡି

ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମଡି

ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମଡି
SHARE NOW :

ସମ୍ବଲପୁର(ଲାଇଭ ଓଡିଶା ନ୍ୟୁଜ): ଭିଜିଲାନ୍ସ କବଜାରେ ଏମଡି ବାବୁ । ଘରୁ ଜବତ ହେଇଛି ପୁଳା ପୁଳା ଟଙ୍କା । ସମ୍ବଲପୁର ଜିଲ୍ଲା ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି । ଭିଜିଲାନ୍ସ ତାଙ୍କ ଘରେ ରେଡ କରିଥିବା ବେଳେ ନଗଦ ୨ ଲକ୍ଷ ୩୬ହଜାର ୮୭୦ଟଙ୍କା ଜବତ କରିଛି । ଓ ଏହା ସହିତ ୪ଟି ଚାରି ଚକିଆ ଗାଡି ସହିତ ଗୋଟିଏ ଦୁଇ ଚକିଆ ଗାଡି ଠାବ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫଣୀନ୍ଦ୍ରଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ସମ୍ୱଲପୁରର ଧନକଉଡ଼ାରେ ଘର ରହିଛି । ସେହିପରି ଧନୁପାଲୀରେ ଭଡ଼ା ଘର, ଜମନକିରାରେ ସମ୍ପର୍କୀୟଙ୍କ ଘର, ସୁନ୍ଦରଗଡ଼ ଜିଲ୍ଲା ବରଗାଁ ଥାନା ଅନ୍ତର୍ଗତ ପଞ୍ଚରାରେ ଶ୍ୱଶୁର ଘର ଓ ଜମନକିରା ସ୍ଥିତ ଲ୍ୟାମ୍ପସ୍ ଅଫିସରେ ରେଡ୍ ହୋଇଛି । ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଡିଏସପି, ୪ ଜଣ ଇନିସ୍ପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି । ଆଗକୁ ହିସାବ ପରେ ଜଣା ପଡ଼ିବ ଲ୍ୟାମ୍ପସ୍ ଏମଡି ଫଣୀନ୍ଦ୍ର ସାହୁ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts