FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଓଡ଼ିଆ ଭାଷାକୁ ନେଇ ଝାରଖଣ୍ଡ ରାଜ୍ୟର ବୈମାତୃକ ମାନଭାଵକୁ ମୟୂରଭଞ୍ଜରେ ବିରୋଧ

ଓଡ଼ିଆ ଭାଷାକୁ ନେଇ ଝାରଖଣ୍ଡ ରାଜ୍ୟର ବୈମାତୃକ ମାନଭାଵକୁ ମୟୂରଭଞ୍ଜରେ ବିରୋଧ

ଓଡ଼ିଆ ଭାଷାକୁ ନେଇ ଝାରଖଣ୍ଡ ରାଜ୍ୟର ବୈମାତୃକ ମାନଭାଵକୁ ମୟୂରଭଞ୍ଜରେ ବିରୋଧ
SHARE NOW :

ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ଓଡ଼ିଆ ଭାଷାକୁ ନେଇ ଝାରଖଣ୍ଡ ରାଜ୍ୟ ଆରମ୍ଭ କରିଥିବା ରାଜନୀତିକୁ ବିଭିନ୍ନ ମହଲରେ ଘୋର ବିରୋଧ। ମୟୂରଭଞ୍ଜ ଜିଲ୍ଲାର ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଓଡିଆ ଭାଷାର ଅସମ୍ମାନ ପ୍ରତିବାଦରେ ଆଜି ମୟୂରଭଞ୍ଜ ଜିଲ୍ଲା କଳା, ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସମୁହ ପକ୍ଷରୁ ମିଳିତ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ଶୋଭାଯାତ୍ରା ବାରିପଦା ଅମ୍ବିକା ମନ୍ଦିରଠାରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର, କୃଷ୍ଣଚନ୍ଦ୍ର ଗୋଲେଇ, ଟ୍ରାଫିକ ଛକ ଓ ବିଜୁ ପଟ୍ଟନାୟକ ଛକ ପଥ ଦେଇ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ଠାରେ ସମାପନ ହେବ। ଏହି ରାଲି ଦ୍ୱାରା ଓଡିଶା ରାଜ୍ୟ ତଥା ମୟୂରଭଞ୍ଜର ଅବିଛନ୍ନ ଅଂଶ ଖରୀସୁଆଁ, ସଢ଼େଇକଳା ଓ ବହଡାଗୋଡ଼ା ଅଞ୍ଚଳରେ ଝାରଖଣ୍ଡ ରାଜ୍ୟର ଓଡ଼ିଆ ଭାଷାକୁ ନେଇ ବୈମାତୃକ ମନଭାବକୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିବାଦ କରାଯାଇଛି। ଏହା ପ୍ରତି ସରକାର ଦୃଷ୍ଟି ଦେଇ ପଡୋଶୀ ରାଜ୍ୟ ସହ ଆଲୋଚନା କରି ଓଡ଼ିଆ ଭାଷାର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମିଳିତ ସଙ୍ଘ ପକ୍ଷରୁ ରାଲି ମାଧ୍ୟମରେ ପ୍ରତିବାଦ ଜଣାଇଛନ୍ତି। ଆଗାମୀ ଦିନରେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ ଏହି ସୁରକ୍ଷା ପାଇଁ ପ୍ରତିବାଦ ଜୋର ଧରିବା ନେଇ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts