ଝାରସୁଗୁଡ଼ାରେ କୃଷକ ଚୌପାଲ୍ କାର୍ଯ୍ୟକ୍ରମ ପାଳିତ

SHARE NOW :
ଝାରସୁଗୁଡା(ଲାଇଭ ଓଡିଶା ନ୍ୟୁଜ) : ଝାରସୁଗୁଡ଼ା ଜିଲ୍ଲା ରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଜିଲ୍ଲା ର କୁମାରବନ୍ଧ ବ୍ରାଞ୍ଚ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ କୃଷକ ଚୌପାଲ୍ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ମୂଖ୍ୟ ଅତିଥି ଭାବେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ର ରିଜିଓନାଲ ଅଫିସର ସୁକେସ କୁମାର ଝା ପ୍ରଦୀପ ପ୍ରଜ୍ୱଳନ କରି ନବରାତ୍ର ର ପ୍ରଥମ ଦିନରେ କୃଷକ ଏବଂ ଏସ୍ଏଜଜୀ ଗୃପ ର ମହିଳା ମାନଙ୍କୁ ବ୍ୟବସାୟର ଉନ୍ନତି ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏବଂ ୬୦ଟି ଏସ୍ଏଜଜୀ ଗୃପ କୁ ଋଣ ମଞ୍ଜୁର କରାଇବାର ସେକସନ୍ ପେପର ମଧ୍ୟ ବଣ୍ଟନ କରିଥିଲେ । ବିଭିନ୍ନ ପ୍ରକାର ବ୍ୟବସାୟ ଆରମ୍ଭ କରିବା ପାଇଁ ମହିଳା ମାନଙ୍କୁ ବ୍ୟକ୍ତିଗତ ଋଣ,ପିଲାଙ୍କ ପାଠପଢ଼ାରେ ଋଣ, ଭଳି ପ୍ରାୟ ଦେଢ଼ କୋଟି ଟଙ୍କାର ଋଣ ଓ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବା ପାଇଁ କହିଥିଲେ ।
ମୂଖ୍ୟ ବକ୍ତା ଭାବରେ ଲଖନପୁର ବ୍ଳକ ର ସିଡିପିଓ ଲକ୍ଷ୍ମୀ ପ୍ରୀୟା ବହିଦାର ନାରୀ ଶସକ୍ତି କରଣ ଓ ନାରୀ ମାନେ କିପରି ଉନ୍ନତି କରିପାରିବେ ସେହି ବିଷୟରେ ଆଲୋଚନା କରିଥିଲେ । କୁମାରବନ୍ଧ ମ୍ୟାନେଜର ସୁନିଲ କୁମାର ଦାଶ,ଇବ ଥରମାଲ ମ୍ୟାନେଜର ତୁଲାରାମ ବେସନ୍, ବେଲପାହାଡ଼ ମ୍ୟାନେଜର ରାଜେନ୍ଦ୍ର ସେଠୀ ,ଝାରସୁଗୁଡ଼ା ମ୍ୟାନେଜର ଅତୀଶ କୁମାର ସାହୁ ,ଆସିଷ୍ଟାଣ୍ଡ ଏଗ୍ରୀକଲଚର୍ ଅଫିସର ଅମିତ କୁମାର ପଟେଲ୍ ସଭାରେ ଉପସ୍ଥିତ ରହିଥିଲେ ।ଯୁବ ସମାଜ ସେବୀ ଦୀପକ ସିଂହଙ୍କ ଋଣ ଯୋଗାଇଦେବା ମନୋଭାବ କୁ ରିଜିଓନାଲ ଅଫିସର ପ୍ରଶସାଂ କରି ସମ୍ମାନିତ କରିଥିଲେ ।