FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଝାରସୁଗୁଡ଼ା ରେଲୱେ ଚାକିରୀ ଦେବା ନାଁରେ ୧୪ ଲକ୍ଷ ଟଙ୍କା ଠକେଇ

ଝାରସୁଗୁଡ଼ା ରେଲୱେ ଚାକିରୀ ଦେବା ନାଁରେ ୧୪ ଲକ୍ଷ ଟଙ୍କା ଠକେଇ

ଝାରସୁଗୁଡ଼ା ରେଲୱେ ଚାକିରୀ ଦେବା ନାଁରେ ୧୪ ଲକ୍ଷ ଟଙ୍କା ଠକେଇ
SHARE NOW :

ଝାରସୁଗୁଡ଼ା(ସୁରେଶ କଲତା /ଲାଇଭ ଓଡିଶା ନ୍ୟୁଜ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଚିଚଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲଙ୍କୁ ଗତ ୧୭ ରିଖରେ ରେଲୱେ ଚାକିରୀ ଦେବାପାଇଁ ଜଣେ ବ୍ୟକ୍ତି ହୋଟେଲ ଉକ୍କଲ କଣ୍ଟିନେଣ୍ଟାଲ କୁ ଡ଼କାଇ ୧୪ ଲକ୍ଷ ଟଙ୍କା ନେଇ ହୋଟେଲ ରୁ ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳ ହୋଟେଲ ର ସିସିଟିଭି କେମରା ପୁଟେଜରୁ ବରଗଡ଼ ପୋଲିସଙ୍କ ସହାୟତାରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି । ପଧାନପାଲି ଛକ ଗନପତି ଭିଲା ଏପାଟମେଣ୍ଟ ରୁ ଆସାମି ଝରଣା ବାଦୀ,ରାଜ କୁମାରୀ ବାଦୀ,ରାଜେଶ ବାଦୀ ଙ୍କୁ ଗୀରଫ କରି କୋଟ ଚାଲାଣ କରାଯାଇଛି । ଏମାନଙ୍କ ଠାରୁ ୧୨ ଲକ୍ଷ ୯୬ ହଜାର ଟଙ୍କା, ଗୋଟିଏ ଇଣ୍ଡିଗୋ କାର, ଫେକ ନମ୍ବର ପ୍ଳେଟ,୩ଟି ମୋବାଇଲ ଫୋନ,ଗୋଟିଏ ଲାପଟପ,ଫେକ ଆଧାର କାର୍ଡ, ଭୋଟର କାଡ ,ଗୋଟିଏ ଲାମିନେସନ ମେସିନ, ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍ ପି ବିକାଶ ଚନ୍ଦ୍ର ଦାଶ ପ୍ରେସ୍ ରିଲିଜ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts