ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ ଖଣିର କ୍ଷମତା ବୃଦ୍ଧି, ଜନ ଶୁଣାଣିରେ ମିଳିଲା ସମର୍ଥନ

SHARE NOW :
କେନ୍ଦୁଝର,୨୯.୯ (ଲାଇଭ୍ ଓଡିଶା ନ୍ୟୁଜ୍/ ଦିଗାମ୍ବର ବେହେରା): କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ଥିବା ଟାଟା ଷ୍ଟିଲ୍ ଲିଃ. ର ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ ଖଣିରୁ ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଂଟର କ୍ଷମତା ବୃଦ୍ଧି କରିବା ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଖଣିଜ ଉତ୍ପାଦନର ସଂପ୍ରସାରଣ ଦ୍ୱାରା ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ଥିବାର ଅଂଚଳବାସୀ ଏହି ଜନ ଶୁଣାଣୀରେ କମ୍ପାନୀକୁ ସମର୍ଥନ ଜଣାଇଛନ୍ତି । ଏଥିସହ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅନେକ ଦାବି ରଖିଛନ୍ତି ଅଞ୍ଚଳବାସୀ । ଲୋକଙ୍କ ଏହି ଦାବିକୁ ଯଥା ସମ୍ଭବ ପୂରଣ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରତିଶୃତି ମଧ୍ୟ ଦିଆଯାଇଛି ।
ତେବେ ଖଣିରୁ ବାର୍ଷିକ ଖଣିଜ ଉତ୍ପାଦନ ୧୨ ନିୟୁତ ଟନରୁ ୧୯.୫ ନିୟୁତ ଟନକୁ ସଂପ୍ରସାରଣ ସହ ସର୍ବମୋଟ ୨୨.୯୪ ନିୟୁତ ଟନ୍ କରାଯିବ ଏବଂ ବେନିଫିସେସନ ପ୍ଲାଂଟର କ୍ଷମତା ୧୨ ନିୟୁତ ଟନରୁ ୧୭.୬ ନିୟୁତ ଟନକୁ ବୃଦ୍ଧି କରାଯିବ ।
କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗଙ୍କ ଅଧକ୍ଷତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଂଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଏହି ଜନଶୁଣାଣି କୁ ପରିଚାଳନା କରିଥିଲେ ।