FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କର୍ମୀଙ୍କୁ ପ୍ରଣବଙ୍କ ପରାମର୍ଶ, ଲୋକଙ୍କୁ ଦିଅ ପ୍ରାଥମିକତା

କର୍ମୀଙ୍କୁ ପ୍ରଣବଙ୍କ ପରାମର୍ଶ, ଲୋକଙ୍କୁ ଦିଅ ପ୍ରାଥମିକତା

କର୍ମୀଙ୍କୁ ପ୍ରଣବଙ୍କ ପରାମର୍ଶ, ଲୋକଙ୍କୁ ଦିଅ ପ୍ରାଥମିକତା
SHARE NOW :

ଭୁବନେଶ୍ୱର (ନୀଳାଚଳ ନ୍ୟୁଜ୍‌):ସଂଗଠନ ମଜବୁତ୍ ପାଇଁ ଅଣ୍ଟା ଭିଡି ଦେଇଛି ବିଜେଡି । ଏଥିପାଇଁ ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ଜିଲ୍ଲାକୁ ତୋଫାନି ଗସ୍ତ କରୁଛନ୍ତି । ତୃଣମୂଳ ସ୍ତରର କର୍ମୀ ଓ ନେତାଙ୍କୁ ଭେଟି ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଗୁରୁମନ୍ତ୍ର ଦେଉଛନ୍ତି । ଆଉ କେଇଟା ମାସ ପରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ।

ତେଣୁ ବେଳ ଥାଉ ଥାଉ ନିଜ ସଂଗଠନକୁ ତୃଣମୂଳ ସ୍ତରରୁ ସଜାଡିବା ସହ ଅଧିକ ଶକ୍ତିଶାଳୀ କରିବାର ଦାୟିତ୍ୱ ବବିଙ୍କ ଉପରେ ରହିଛି । ଏଣୁ ନିଜେ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ଜିଲ୍ଲାକୁ ଯାଇ ବିଜେଡିର କର୍ମୀଙ୍କୁ ଭେଟୁଛନ୍ତି । ମାଲକାନଗିରି ଗସ୍ତରେ ଯାଇଥିବା ପ୍ରଣବ ପ୍ରକାଶ ଦାସ ଜୋନାଲ କମିଟି କର୍ମକର୍ତ୍ତାଙ୍କୁ ଭେଟିଛନ୍ତି । ଆଉ ନବୀନଙ୍କ ନେତୃତ୍ୱକୁ ଅଧିକ ମଜବୁତ କରିବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।

ବିଜେଡି ସରକାର ସାଧାରଣ ଲୋକଙ୍କ ପାଇଁ ଯେଉଁ ଜନମଙ୍ଗଳକାରୀ ଯୋଜନା କରୁଛନ୍ତି ସେ ସମ୍ପର୍କରେ ଲୋକଙ୍କୁ ଜଣାଇବା ସହ ସେମାନଙ୍କ ସମସ୍ୟା ଶୁଣିବା ଓ ତାହାର ଯଥାଶୀଘ୍ର ସମାଧାନ କରିବାକୁ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଷ୍ଟେଟ ୟୁଥ ୱେଲଫେୟାର ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ, ଚିତ୍ରକୋଣ୍ଡା ଏମଏଲଏ ପୂର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମି ଓ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts