FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅସହାୟ ପରିବାର କୁ ସାହାର୍ଯ୍ୟ କଲେ ଯୁବ ଆଦର୍ଶ ପରିଷଦ

ଅସହାୟ ପରିବାର କୁ ସାହାର୍ଯ୍ୟ କଲେ ଯୁବ ଆଦର୍ଶ ପରିଷଦ

ଅସହାୟ ପରିବାର କୁ ସାହାର୍ଯ୍ୟ କଲେ ଯୁବ ଆଦର୍ଶ ପରିଷଦ
SHARE NOW :

ବାଲେଶ୍ୱର(ଲାଇଭ ଓଡିଶା ନ୍ୟୁଜ):ଯିଏ ନିଜ ଜୀବନର ୩୦ ବର୍ଷ ଉଜାଗର ରହି ରାଡି ଜଗୁଆଳି ଭାବରେ କାର୍ଯ୍ୟରତ ଥିଲେ । ଆଜି ନିଜେ ସବୁଦିନ ପାଇଁ ଅଚିନ୍ତା ନିଦରେ ଶୋଇଯାଇଛନ୍ତି । ଦିନରେ ତାଙ୍କର ପେଶାଥିଲା ରିକ୍ସା ଚଲାଇବା ଏବଂ ରାତି ହେଲେ ବାହାରି ପଡନ୍ତି ଷ୍ଟେସନ୍ । ଆମେ କହୁଛୁ ବାଲେଶ୍ୱର ଜିଲ୍ଲାର ସୋର ଷ୍ଟେସନ ଛକ ଅଞ୍ଚଳ ରେ ଗତ ୩୦ ବର୍ଷ ଧରି ବିନା ଦରମାରେ ରାତି ଜଗୁଆଳି ଭାବେ କାର୍ଯ୍ୟରତ ଥିବା ମହେନ୍ଦ୍ର ବିଶ୍ଵାଳ ଙ୍କ କଥା । ଏମିତି ବ୍ୟକ୍ତିତ୍ୱ ଯିଏ ୩୦ ବର୍ଷ ଧରି ବିନା ଦରମାରେ ରାତି ଜଗୁଆଳି ହୋଇ ରାତି ରାତି ଷ୍ଟେସନରେ ରହିଆସୁଥିଲେ । ଯିଏ ଜୀବନ ସାରା ସମାଜ ପାଇଁ ଉତ୍ସର୍ଗ କରିଛନ୍ତି ତାଙ୍କ ମୃତ୍ୟୁପରେ ଶବ ଦାହ ପାଇଁ ଆଗେଇ ଆସିଥିଲେ କିଛି ସମାଜସେବୀ । ମହେନ୍ଦ୍ର ବିଶ୍ୱାଳ ଙ୍କ ମୃତ୍ୟୁ ପରେ ଯୋଗ୍ୟ ସହାୟକ ନ ଥିବା ର ଖବର ପାଇ ସ୍ଥାନୀୟ ଆଦର୍ଶ ଯୁବ ପରିଷଦ ତାଙ୍କ ମୃତ ଦେହ କୁ ସତ୍କାର କରିଛନ୍ତି । ସୋର ଆଦର୍ଶ ଯୁବ ପରିଷଦ ର ସଦସ୍ୟ ମାନେ ରଙ୍ଗପତୀ ଗ୍ରାମ ରେ ପହଞ୍ଚି ସବ ସତ୍କାର କରିଛନ୍ତି । ଯୁବ ଆଦର୍ଶ ପରିଷଦର ସଞ୍ଜୟ ଦାସ,ପ୍ରଶାନ୍ତ ପାଢ଼ୀ,ରୋହିତ ଦାସ,ପୃଥିବୀ ବେହେରା,ସଞ୍ଜୟ ନାୟକ ମହେନ୍ଦ୍ର ବିଶ୍ୱାଳଙ୍କ ଶବ ଦାହରେ ସହଯୋଗ କରିଛନ୍ତି । ଯୁବ ଆଦର୍ଶ ପରିଷଦ କୁ ମହେନ୍ଦ୍ର ବିଶ୍ୱାଳ ଙ୍କ ପରିବାର ଏବଂ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts