FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ହାତ ଛାଡି ଶଙ୍ଖ ଧରିଲେ କୈଳାସ ଚନ୍ଦ୍ର କୁଲେସିକା

ହାତ ଛାଡି ଶଙ୍ଖ ଧରିଲେ କୈଳାସ ଚନ୍ଦ୍ର କୁଲେସିକା

ହାତ ଛାଡି ଶଙ୍ଖ ଧରିଲେ କୈଳାସ ଚନ୍ଦ୍ର କୁଲେସିକା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କମୁଛି ଲୋକପ୍ରିୟତା ଭାଙ୍ଗୁଛି ସାମ୍ରଜ୍ୟ । ଦଳରେ କନ୍ଦଳ ସୃଷ୍ଟି ହୋଇଯାଇଥିବା ବେଳେ ଦୁର୍ବଳ ହେଉଛି କଂଗ୍ରେସ ଗଡ । ଲଗାତାର ଭାବେ ଦଳର ବରିଷ୍ଠ ନେତା ମାନେ ଅନ୍ୟ ଦଳ ଆଡକୁ ଆକୃଷ୍ଟ ହେଉଛନ୍ତି । ପୂର୍ବରୁ କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ ବିଜେଡିରେ ଯୋଗ ଦେଇଥିବା ବେଳେ ଦଳର ଅନ୍ୟ ଜଣେ ନେତା କୈଳାସ ଚନ୍ଦ୍ର କୁଲେସିକା ହାତ ଛାଡି ବିଦ୍ଧିବଦ୍ଧ ଭାବେ ଶଙ୍ଖରେ ଯୋଗ ଦେଇଛନ୍ତି । ୨୦୧୪ର ୨୦୧୯ ପର୍ଯ୍ୟନ୍ତ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ । ମାତ୍ର ୨୦୧୯ ନିର୍ବାଚନରେ ୨୨୯ଖଣ୍ଡ ଭୋଟରେ ବିଜେଡିର ପ୍ରାର୍ଥୀଙ୍କ ଠାରୁ ପରାଜୟ ବରଣ କରିଥିଲେ । କିଛିଦିନ ତଳେ ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ମିଶିଥିଲେ । ରାଜ୍ୟ କାର‌୍ୟ୍ୟାଳୟରେ ଚାଲିଥିବା ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Related Posts