- Home
- »
- Breaking News
- »
- ଟ୍ୟୁସନ ମାଷ୍ଟରଙ୍କ କାରନାମା, ବଳି ପଡିଲେ ନିରୀହ ଯୁବତୀ
ଟ୍ୟୁସନ ମାଷ୍ଟରଙ୍କ କାରନାମା, ବଳି ପଡିଲେ ନିରୀହ ଯୁବତୀ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଏବେବି ସମାଜରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଗରିବ ଦଳିତ ସମାଜର ନାବାଳିକା ସମୂହ । ଅସହାୟ ଓ ଗରିବର ଫାଇଦା ନେଉଛନ୍ତି ଧନୀ ଶ୍ରେଣୀର ଯୁବକମାନେ । ପ୍ରଥମେ ପ୍ରେମ, ଶାରୀରିକ ସଂପର୍କ, ପ୍ରତାରଣା ଓ ଶେଷରେ ହତ୍ୟା ଓ ଅନ୍ୟତ୍ର ବିବାହ । ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଆମେ କହୁଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଗଗନ ମଲ୍ଲିକଙ୍କ ଏକ ମାତ୍ର କନ୍ୟା ବର୍ଷାଙ୍କ କାହାଣୀ । ଏହି ଘଟଣା ବହୁଦିନ ପୂର୍ବରୁ ଘଟିଯାଇଥିଲେ ମଧ୍ୟ ଏହାର ସତ୍ୟତା କେହି ଜାଣିପାରିନଥିଲେ । କିନ୍ତୁ ଜଣେ ସହୃଦୟ ବ୍ୟକ୍ତି ନିକଟରେ ଘଟିଯାଇଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଉପରେ ପରଦା ଉଠାଇଛନ୍ତି । ଘଟଣାର ଆରମ୍ଭ ୨୦୧୪ ମସିହାରୁ ହୋଇଯାଇଥିଲା । ବର୍ଷାରାଣୀ ନବମ କ୍ଲାସରେ ପାଠ ପଢୁଥିବା ବେଳେ ପାରିବାରିକ ଦାରିଦ୍ରତା ପାଇଁ ଅର୍ଥର ଆବଶ୍ୟକ ଥିଲା । ଏହାର ସୁଯୋଗ ନେଇ ସେହି ଗ୍ରାମର ନୃସିଂହ ପଣ୍ଡାଙ୍କ ପୁଅ କୈଳାଶ ପଣ୍ଡା ବର୍ଷାଙ୍କୁ ବିନା ମୂଲ୍ୟରେ ପାଠ ପଢାଇ ବା ପାଇଁ ପ୍ରତିଶୃତି ଦେଇ ବର୍ଷାଙ୍କୁ ଟ୍ୟୁସନ କରୁଥିଲେ । ଟ୍ୟୁସନ କରିବାର ପ୍ରାୟ ୪ମାସ ପରେ କୈଳାଶ ବର୍ଷାକୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କରଖି ଗର୍ଭବତୀ କରାଇଥିଲେ । ଲୋକ ଲଜ୍ୟା ସହି ନପାରି ବର୍ଷା ଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ କୈଳାଶଙ୍କ ନାମରେ ଏତଲା ଦିଆ ଯାଇଥିଲା । ଏତଲା ଦେବା ପରେ କୈଳାଶ ବର୍ଷାକୁ ବଳପୁର୍ବକ ଉଠାଇ ନେଇ କେଉଁଆଡେ ଗାୟବ ହୋଇ ଯାଇଥିଲା । ପରେ ପରେ ବର୍ଷାର ଗର୍ଭକୁ ନଷ୍ଟ କରିବା ପରେ କେନ୍ଦ୍ରାପଡ଼ା ଠାରେ ଏକ ଘରଭଡା ନେଇ ରହିଥିଲେ । ତେବେ ବର୍ଷାଙ୍କ ପରିବାର ଲୋକେ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ପୋଲିସ କେସ୍ ଲଢ଼ିବା ସମ୍ଭବପର ହୋଇ ପାରିନଥିଲା । ଏହାର ସୁଯୋଗ ନେଇ କୈଳାଶ ବର୍ଷାର ଆଧାର କାର୍ଡ ବଦଳାଇ ୨୦୨୦ମାର୍ଚ୍ଚ ହୋଲି ଉତ୍ସବ ଦିନ ନିଜ ଘର ପଟ୍ଟାମୁଣ୍ଡାଇ ବାଲିପଡ଼ା ନୂଆଗାଁରେ ଅତର୍କିତ ମାଡ଼ ମାରି ଜୀବନରୁ ଶେଷ କରିଦେବା ପରେ ଚତୁରତା ଶହ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ପାଇଁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏବଂ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତର ପରାମର୍ଶ ଦେବା ପରେ କୈଳାଶ କେନ୍ଦ୍ରାପଡ଼ା ଥାନା ଅଧିକାରୀ ଙ୍କୁ ହାତବରୀଶ କରି ବର୍ଷାଙ୍କ ଛଦ୍ମବେଶୀ ମା ଙ୍କୁ ଦର୍ଶାଇ ଏକ ଫ୍ଲସ ଚୁକ୍ତି ନାମା କରି ବର୍ଷାଙ୍କ ପୋଷ୍ଟମର୍ଟମ କରିଥିଲେ । ଏହାପରେ ବର୍ଷାର ମୃତ ଶରୀରକୁ ନିଜ ଗାଁ କୁ ନଆଣି ପୁରୀ ସ୍ୱର୍ଗ ଦ୍ୱରରେ ଶବଦାହ କରିଦେଇଥିଲେ । ତେବେ କୈଳାଶ ଏକ ମାର୍କେଟିଙ୍ଗ କମ୍ପାନୀରେ ମ୍ୟନେଜର ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ବେଶ ଜଣାଶୁଣା ଥିଲେ । ତେବେ ତାଙ୍କ ଶହ କାମ କରୁଥିବା ପଟ୍ଟାମୁଣ୍ଡାଇ ମାଳିପୁର ଗ୍ରାମର ଜୀବନ ମଳିକ ସବୁ ବିଷୟରେ ଜାଣିପାରିଥିଲେ । ବର୍ଷାର ମୃତ୍ୟୁର ଏକ ମାସ ପରେ କୈଳାଶ ପୁଣି ଚତୁରତା ଶହ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ନିଜ ଦାଦା ଝିଅକୁ ବିବାହ କରିଥିଲେ । ତେବେ ଏସମ୍ପର୍କରେ ଜୀବନ କୈଳାଶ ଙ୍କୁ ପଚାରିବାରେ କୈଳାଶ ଓ ଜୀବନଙ୍କ ମଧରେ କଳହ ଉପୁଜିବାପରେ ଜୀବନ ସମସ୍ତ ଘଟଣା ବର୍ଷାଙ୍କ ନିଜ ଗାଁର ଯୁବକ ସଂଘ ଙ୍କୁ ଅବଗତ କରାଇବା ପରେ ଘଟଣାର ସତ୍ୟତା ଲୋକଲୋଚନକୁ ଆସିଥିଲା । ଏହି ସମସ୍ତ ଘଟଣା ଜଣା ପଡିବା ପରେ ବର୍ଷା ଙ୍କ ପରିବାର ପକ୍ଷରୁ ତାଙ୍କ ବାପା ଗଗନ ମଳିକଙ୍କ ସମେତ ଲୋହିଆ ମଞ୍ଚର ସଭାପତି ଓ ଶତାଧିକ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଥାନାରେ କୈଳାଶଙ୍କ ନାମରେ ଗତ ୧-୧୨-୨୦୨୧ରିଖରେ ଏତଲା ଦେବା ପରେ ମଧ୍ୟ ପୋଲିସ ଚୁପ ବସିଥିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ! ଅନ୍ୟ ପକ୍ଷରେ ବର୍ଷାଙ୍କ ପରିବାର ପକ୍ଷରୁ ଏସଡିପିଓ ସନ୍ଧ୍ୟାରାନୀ ବେହେରାଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଲୋହିଆମଞ୍ଚ । ତେବେ ରସିକିଆ ଟ୍ୟୁସନ ମାଷ୍ଟର କୈଳାଶ ପଣ୍ଡା କୁ କଣ ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ସୁରକ୍ଷା ଦେଉଛି? ଅନ୍ୟ ପକ୍ଷରେ ଗୋଟିଏ ନିରୀହ ଗରିବ ଝିଅର ମୃତ୍ୟୁକିପରି ହେଲା ? ପରେ ପରେ ପୁଣି ଆଉ ଜଣେ ଦଳିତ ଯୁବତୀଙ୍କୁ ବିବାହ କରିବା ଶହ କୈଳାଶ ପଣ୍ଡା ବିଜେଡି ନେତାଙ୍କ ସମ୍ପର୍କକିୟ ଭଉଣୀକୁ ବିବାହ କରିବା ପଛରେ କଣ ରହିଛି ରହସ୍ୟ ? ଯଦି ପୋଲିସ ତଦନ୍ତ କରୁଛି କଣ ପାଇଁ କୈଳାଶ ପଣ୍ଡାକୁ ଗିରଫ କରୁନି ? ଏନେଇ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ତପନ ରାଉତ ଓ ଏସ୍ଡ଼ିପିଓ ସନ୍ଧ୍ୟାରାଣୀ ଏହି ଘଟଣାକୁ ହାଲ୍କା ନେଉଥିବା ନେଇ ଜନସାଧାରଣରେ ପ୍ରଶ୍ନ ଉଠୁଛି ।