FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କଳାହାଣ୍ଡିରେ ବିଶ୍ଵ ମାନବାଧିକାର ଦିବସ ପାଳିତ

କଳାହାଣ୍ଡିରେ ବିଶ୍ଵ ମାନବାଧିକାର ଦିବସ ପାଳିତ

କଳାହାଣ୍ଡିରେ ବିଶ୍ଵ ମାନବାଧିକାର ଦିବସ ପାଳିତ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମିଟିଂ ହଲ୍ ଠାରେ ହ୍ୟୁମାନ ରାଇଟ୍ସ୍ କାଉନ୍ସିଲ୍ ତରଫରୁ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ, ସମ୍ମାନୀତ ଅତିଥି ଗୋଲାମୁଣ୍ଡା ଥାନା ଅଧିକାରୀ ଜୁଗଲ ଶବର, ବ୍ଳକ ଅଧ୍ୟକ୍ଷ ତୁଲେଶ୍ଵର ନାଏକ , ଆତ୍ମା ସଭାପତି ଗୋଲାମୁଣ୍ଡା ଇଂ ଦିନେଶ କୁମାର ରାଉତ, ଦୁର୍ନୀତି ବିରୋଧୀ ମହାସଂଘ ସଭାପତି ବିନ୍ଦୁ ମହାନନ୍ଦ ଓ ହ୍ୟୁମାନ ରାଇଟ୍ସ୍ କାଉନ୍ସିଲ୍‌ର ସଭାପତି ବ୍ରହ୍ମା ପ୍ରସାଦ କାଣ୍ଡ ପ୍ରମୁଖ ମଞ୍ଚାସିନ ଥିବା ବେଳେ ମାନବାଧିକାର ପରିଷଦ ର ସାଧାରଣ ସମ୍ପାଦକ ଅଶ୍ଵିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ସଂପାଦକ ଦାମୋଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବରିଷ୍ଠ ଉପସଭାପତି ଡକ୍ଟର ଦିଗାମ୍ବର ବାଗ ମାନବାଧିକାର ପରିଷଦ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଏବଂ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ଅଂଚଳର ସମସ୍ତ ମିଡ଼ିଆ ବନ୍ଧୁ ଉପସ୍ଥିତ ରହିଥିଲେ । କିଭଳି କଲାହାଣ୍ଡି ଜିଲ୍ଲା ରେ ମାନବାଧିକାର ର ସମସ୍ତ ଜିଲ୍ଲା ବାସି ଅବଗତ ହେବେ ସେଥିପାଇଁ ସମସ୍ତ ଅତିଥି ମତ ବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts