FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କାଳିଆ ଯୋଜନାରେ ଚାଷୀଙ୍କୁ ମିଳବ କୋଭିଡ ସହାୟତା

କାଳିଆ ଯୋଜନାରେ ଚାଷୀଙ୍କୁ ମିଳବ କୋଭିଡ ସହାୟତା

କାଳିଆ ଯୋଜନାରେ ଚାଷୀଙ୍କୁ ମିଳବ କୋଭିଡ ସହାୟତା
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): କାଳିଆ ହିତାଧିକାରୀଙ୍କୁ ମିଳିବ କୋଭିଡ ସହାୟତା । ରାଜ୍ୟରେ ଚାଷ ଓ ଚାଷୀର ଉନ୍ନତି ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ଏହି ଟଙ୍କା ଦିଆଯିବ । ମୋଟ୍ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ସରକାର । ଏହି କାର୍ଯ୍ୟକ୍ରମକୁ ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତ ଜୁନ୍ ୧୭ ତାରିଖରେ ରାଜ୍ୟର ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଆଦିବାସୀଙ୍କ ପାଇଁ ୧ ହଜାର ୬୯୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଥିଲେ । ଏପରିକି କାଳିଆ ଯୋଜନାରେ ସାମିଲ ଭୂମିହୀନ ଚାଷୀଙ୍କୁ ୧ ହଜାର ଟଙ୍କା ଅତିରିକ୍ତ କୋଭିଡ ସହାୟତା ପ୍ରଦାନ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୯ ମସିହାରେ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାକୁ ଆରମ୍ଭ ହୋଇଥିଲା କାଳିଆ ଯୋଜନା ।

Leave a Reply

Your email address will not be published. Required fields are marked *

Related Posts