- Home
- »
- Breaking News
- »
- କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ
କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କେଗାଁ ଥାନା ଆଇଆଇସି ନିଲମ୍ବିତ । ଏନେଇ କଳାହାଣ୍ଡି ଏସପି ଶ୍ରବଣ ବିବେକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ ପରିଜାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ଗତ ୮ ତାରିଖରେ ମମିତା ମେହେର ଯେତେବେଳେ ନିଖୋଜ ହୋଇଗଲେ, ତାଙ୍କ ପରିବାରର ଏତଲା ଦେବା ନାଇଁ କେଗାଁ ଥାନାକୁ ଯାଇଥିଲେ। କିନ୍ତୁ ଆଇଆଇସି ଡମୁ ପରିଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନଥିଲେ। ଫଳରେ ପରିବାର ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡ଼ିଥିଲା। ଯାହାଫଳରେ ଏହି ମାମଲାରେ ଟାଣି ହୋଇଯାଇଛନ୍ତି ଆଇଆଇସି । ମମିତାଙ୍କ ମୃତଦେହ ଅକ୍ଟୋବର ୧୯ ତାରିଖରେ ଠାବ ହେବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଓ ତା\’ର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍ ଚଣ୍ଡି ଗିରଫ ହେବା ପରେ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି।