- Home
- »
- Breaking News
- »
- ଜଳ ଅଭାବରୁ ଖରିଫ ଚାଷ ନଷ୍ଟ, ଚାଷୀ ହତାଶ
ଜଳ ଅଭାବରୁ ଖରିଫ ଚାଷ ନଷ୍ଟ, ଚାଷୀ ହତାଶ

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କେତେକ ଅଞ୍ଚଳରେ ଚାଷୀ ଧାନ କାଟି ଘରକୁ ନେଉଥିବା ବେଳେ କେତେକ ଅଞ୍ଚଳରେ ଚାଷୀ ହତାଶ ହୋଇ ଦାଆ ମଧ୍ୟ ବିଲରେ ବୁଲେଇ ନାହାନ୍ତି ।ଜଳ ଅଭାବରୁ ସମ୍ପୂର୍ଣ୍ଣ ଭାବରେ ଚାଷ ନଷ୍ଟ ହୋଇଥିବାରୁ ଚାଷୀ ଏବେ ଗୋଟିଏ ମାଣ ଧାନ ମଧ୍ୟ ପାଇ ନାହାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗ୍ରାମର ଚାଷୀ ଭବାନୀ ଶଙ୍କର ନାଏକଙ୍କ ବିଲରେ । ସେ ୩ ଏକର ଜମିରେ ଖରିପ ଚାଷ କରିଥିବା ବେଳେ ନିଆଣ୍ଟିଆ ବର୍ଷା ଯୋଗୁଁ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ନିକଟରେ ଉଦନ୍ତୀ ନଦୀ ଥିବା ସତ୍ୱେ ଉଠା ଜଳସେଚନର ବ୍ୟବସ୍ଥା ନ ଥିବା ଯୋଗୁଁ କେବଳ ପ୍ରକୃତିର ବର୍ଷା ଉପରେ ନିର୍ଭର କରି ଏବେ ହତାଶ ହୋଇଛନ୍ତି । ସୂଚନା ଅନୁଯାୟୀ ସେ ୯୦ ହଜାର ଟଙ୍କା ଋଣ କରି ଚାଷ କରିଥିଲେ କିନ୍ତୁ ଋଣ ବୋଝ ଯୋଗୁଁ ସେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏ ସମ୍ପର୍କରେ ସରକାରଙ୍କୁ ମଧ୍ୟ ଲିଖିତ ଭାବରେ ଜଣେଇଥିଲେ ମଧ୍ୟ ଏହାର କିଛି ସୁଫଳ ମିଳିନଥିବାର ସେ ଉଲ୍ଲେଖ କରିଛନ୍ତି । ଏହାର ତଦନ୍ତ କରି କିଛି ସରକାରୀ ସହାୟତା ମିଳିଲେ ସେ ଉପକୃତ ହେବେ ବୋଲି ସେ ଦର୍ଶାଇଛନ୍ତି ।