FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ
SHARE NOW :


କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲାରେ ରେ ଖରିଫ ଧାନ କିଣା ଆରମ୍ଭ ହୋଇଛି।ଆଜି ଅନୁଷ୍ଠାନିକ ଭାବେ ରଣମାଲ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି।ହେଲେ ପ୍ରଥମ ଦିନରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଜୟପାଟଣା ବ୍ଲକ ରଣମାଲ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି।ପ୍ରଥମ ଦିନରେ ତିନି ଜଣ ଚାଷୀଙ୍କ ଧାନ କିଣା ଯାଇଥିବା ବେଳେ ଅନେକ ଚାଷୀଙ୍କ ଟୋକାନ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।କିଛି ଚାଷୀଙ୍କ ଧାନ ଅମଳ ଶେଷ ହୋଇଥିବା ବେଳେ ସେମାନଙ୍କ ଟୋକାନ ଜାନୁଆରୀ ମାସରେ ରହିଛି।ଅନ୍ୟପକ୍ଷରେ ଏହି ପେକ୍ସ ଅଧୀନରେ ଚାରୋଟି ମଣ୍ଡି ରହିଛି।କିନ୍ତୁ ଏଥର ଭେଜିଗୁଡା ଓ ଅରେବେଡା ଦୁଇଟି ଉପ ମଣ୍ଡି କୁ ଚଳିତ ଖରିଫ ଧାନ କିଣା ରେ ତାଙ୍କୁ ତାଲିକା ରୁ ବାଦ ଦେଇ ରଣମାଲ ମଣ୍ଡିରେ ଉକ୍ତ ଚାଷୀ ମାନଙ୍କୁ ଟେଗ କରିଥିବାରୁ ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।ରଣମାଲ ପେକ୍ସ ରେ ଚଳିତ ଖରିଫ ଧାନ ବିକ୍ରି କରିବା ପାଇଁ ୨୩୩୬ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଉପ ମଣ୍ଡି ଅରେବେଡାରେ ୩୨୨ ଜଣ ଓ ଭେଜିଗୁଡା ରେ ୪୧୧ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି।ଆଜିର ଉଦଘାଟନି କାର‌୍ୟ୍ୟକ୍ରମ ରେ ଧର୍ମଗଡ଼ ବିଧାୟକ ମୋଉଷଧି ବାଗ, ଧର୍ମଗଡ଼ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା,ଏଆରସିଏସ, ସହ ପେକ୍ସକର୍ମଚାରି,ଆରଏମ୍ସି କର୍ମଚାରୀ ଉପସ୍ଥିତ ରହି ଧାନ କିଣା ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *

Related Posts