FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. KiiT-ଆଇଏସ ଛାତ୍ରୀ ସ୍ନେହା ନାୟକ ଆଞ୍ଚଳିକ ଟପ୍ପର

KiiT-ଆଇଏସ ଛାତ୍ରୀ ସ୍ନେହା ନାୟକ ଆଞ୍ଚଳିକ ଟପ୍ପର

KiiT-ଆଇଏସ ଛାତ୍ରୀ ସ୍ନେହା ନାୟକ ଆଞ୍ଚଳିକ ଟପ୍ପର
SHARE NOW :

ଭୁବନେଶ୍ୱରସ୍ଥିତ KiiT ଇଣ୍ଟରନ୍ୟାସନାଲ ସ୍କୁଲ (KiiT-ଆଇଏସ୍)ର ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। KiiT-ଆଇଏସ ଛାତ୍ରୀ ସ୍ନେହା ନାୟକ humanitiesରେ ଆଞ୍ଚଳିକ ଟପ୍ପର ହୋଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2023ରେ ସମସ୍ତ ତିନି ବିଭାଗରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ 90% କିମ୍ବା ତା’ଠାରୁ ଅଧିକ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 35% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବିଜ୍ଞାନରେ ଶୁଭମ ସୋହାନ 98% ନମ୍ବର ରଖି ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ପ୍ରାଚୁର୍ଜ୍ୟ ମହାନ୍ତି 98% ନମ୍ବର ରଖିଛନ୍ତି। ସେହିପରି ଦଶମ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର 60%ରୁ ଅଧିକ ଛାତ୍ରଛାତ୍ରୀ 90%ରୁ ଅଧିକ ନମ୍ବର ରଖିଛନ୍ତି। ସୁଶ୍ରୀ ମନୀଷା ମଲ୍ଲିକ, ଅସ୍ତୁ ନାୟକ, ଅଦିତି ନାୟକ 97% ମାର୍କ ରଖି ସ୍କୁଲରେ ସର୍ବାଧିକ ନମ୍ବର ରଖିଛନ୍ତି।

ସିବିଏସ୍ଇ, ଆଇଜିସିଏସ୍ଇ ଏବଂ ଆଇବି ଡିପି ପାଠ୍ୟକ୍ରମ ପ୍ରଦାନ କରୁଥିବା KiiT ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରତିଷ୍ଠା ହେବାର 17 ବର୍ଷ ପରଠାରୁ ଶିକ୍ଷା ଏବଂ ସମସ୍ତ ପାଠ୍ୟକ୍ରମଗତ କାର୍ୟ୍ୟକଳାପରେ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, KiiT ଆଇଏସ ପ୍ରକୃତ ଅର୍ଥରେ ଏକ ଅନ୍ତର୍ଜାତୀୟ ବିଦ୍ୟାଳୟ ଏବଂ ଭାରତର ଅନ୍ୟତମ ଶ୍ରେଷ୍ଠ ଅନ୍ତର୍ଜାତୀୟ ବିଦ୍ୟାଳୟ। ଉପୟୁକ୍ତ ଯତ୍ନ ଓ ଆଧୁନିକ ଶିକ୍ଷାଦାନ ପଦ୍ଧତି ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ ଅଧ୍ୟକ୍ଷା ଡ଼ଃ ମୋନାଲିସା ବଳ, ଅଧ୍ୟକ୍ଷ ଡ଼ଃ ସଞ୍ଜୟ ସୁଆର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *

Related Posts