FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିଟ୍ ଓ ରୋଟାରୀ ମିଳିତ ଉଦ୍ୟମରେ କନ୍ଧମାଳରେ ହେବ ଚକ୍ଷୁ ଚିକିତ୍ସାଳୟ

କିଟ୍ ଓ ରୋଟାରୀ ମିଳିତ ଉଦ୍ୟମରେ କନ୍ଧମାଳରେ ହେବ ଚକ୍ଷୁ ଚିକିତ୍ସାଳୟ

କିଟ୍ ଓ ରୋଟାରୀ ମିଳିତ ଉଦ୍ୟମରେ କନ୍ଧମାଳରେ ହେବ ଚକ୍ଷୁ ଚିକିତ୍ସାଳୟ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କିଟ୍ ଓ ରୋଟାରୀ ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ହେବ ବୋଲି ରୋଟାରୀ ଇଣ୍ଟରନ୍ୟାସ୍ନାଲ୍ର ସଭାପତି ଶେଖର ମେହତା ଶନିବାର ସୂଚନା ଦେଇଛନ୍ତି କିିଟ୍ ଓ କିସ୍ ର ପରିଦର୍ଶନରେ ଆସିଥିବା ଶ୍ରୀ ମେହତା ଆଜି ଏହି ଘୋଷଣା କରିଛନ୍ତି । କିିଟ୍ ପରିସରରେ ଅନୁଷ୍ଠିତ ନଲେଜ ଟ୍ରି ବକ୍ତୃତା ମାଳରେ ଉଦ୍ବୋଧନ ଦେବା ସହ ଶ୍ରୀ ମେହତା କହିଲେ କିଟ୍ ଓ ରୋଟାରୀର ଆଭିମୁଖ୍ୟ ସମାନ ହୋଇଥିବାରୁ ମିଳିତ ଭାବେ ଜନସେବା ଉଦ୍ଦେଶ୍ୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ହେବ । ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟଶେଷ ହୋଇଥିବ । ବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହା ଜନସାଧାରଣଙ୍କ ଲାଗି ଉତ୍ସର୍ଗ କରାଯିବ । ଲୋକମାନେ ବିନାଦେୟରେ ଏଠାରେ ଚକ୍ଷୁ ଚିକିତ୍ସା କରାଇପାରିବେ । ଏହି ଅବସରରେ ଶ୍ରୀ ମେହଟାଙ୍କୁ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଉଥିବା ଶ୍ରୀ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆର୍ଟ ଅଫ୍ ଗିଭିଂର ଗ୍ଲୋବାଲ୍ ଗୁଡ ଉଇଲ୍ ଆମ୍ବାସାଡାର ଘୋଷଣା କରାଯାଇଥିଲା । ଗ୍ଲୋବାଲ୍ ଗୁଡ୍ ଉଇଲ୍ ଆମ୍ବାସାଡାର ଭାବେ ଆର୍ଟ ଅଫ୍ ଗିଭିଂର ବାର୍ତ୍ତା ଦୟା ଓ ଆନନ୍ଦର ଜୀବନ ଦର୍ଶନକୁ ସେ ସମଗ୍ର ବିଶ୍ୱରେ ପହଞ୍ଚାଇବେ । ଏହି ଅବସରରେ ରୋଟାରୀ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ରୋଟାରିଆନ୍ ଭାବେ ଯୋଗ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ ରୋଟାରୀ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିବା ସହ ଶ୍ରୀ ମେହଟାଙ୍କ ସହ ଦୀର୍ଘ ଦିନର ବନ୍ଧୁତା ଏବଂ ସେ କିଟ୍ ଓ କିସ୍ର ଜଣେ ଶୁଭେଚ୍ଛୁ ବୋଲି କହିଥିଲେ । ଆଜି କାର‌୍ୟ୍ୟକ୍ରମରେ କିଟ୍ ଓ କିସରେ ବରିଷ୍ଠ ପଦାଧିକାରୀ ଓ ୧୫ଜଣ ଲାୟନ୍ ଡିଷ୍ଟ୍ରିକଟ୍ ଗଭଣ୍ଣର୍ର ଙ୍କ ଉପସି୍ଥତେି ର ଶ୍ରୀ ମେହଟାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥାଲା । । ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି, ଆରବିଏଲ୍ ବ୍ୟାଙ୍କର ମୁଖ୍ୟ ମାନବସମ୍ବଳ ଅଧିକାରୀ ଶାନ୍ତା ଭାଲୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts