ଦୁଇ ମାସରେ କିଟ୍ ଓ କିସ୍ରେ ୨୦ ହଜାର ଖେଳାଳି ସମାଗମ

SHARE NOW :
ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍): ପ୍ରତିବର୍ଷ ଶୀତ ଋତୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତ ତଥା ଭାରତ ବାହାରୁ ଲକ୍ଷାଧିକ ଲୋକ କିଟ୍ ଓ କିସ୍କୁ ଆସିଥାନ୍ତି ।ବର୍ତ୍ତମାନ କରୋନା ପାଇଁ ଏହି ପ୍ରକ୍ରିୟା ଶିଥିଳ ପଡିଥିଲେ ମଧ୍ୟ ବଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ କିଟ୍ ଓ କିସ୍କୁ ଦେଶଓ ବିଦେଶରୁ ଖେଳାଳି, କୋଚ୍ ଓ ଅଫିସିଆଲ୍ ଯିବା ଆସିବା ଓ ରହଣି ଲାଗି ରହିଛି । ଚଳିତବର୍ଷ ନଭେମ୍ବର ଓ ଡିସେମ୍ବର ମାତ୍ର ଦୁଇ ମାସ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନ ସମେତ ସମଗ୍ର ବିଶ୍ୱରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଖେଳାଳି, କୋଚ୍ ଓ ଅଫିସିଆଲ୍ କିଟ୍ ଓ କିସ୍କୁ ଆସୁଛନ୍ତି ଓ ରହୁଛନ୍ତି । ଜାନୁଆରୀ ମାସରେ ମଧ୍ୟ ହେବାକୁ ଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ଆହୁରି ଅନେକ ଖେଳାଳି ଓ ଅଫିସିଆଲ୍ କିଟ୍ ଓ କିସ୍କୁ ଆସିବାର କାର୍ଯ୍ୟକ୍ରମ ରହିଛି ।
ସଂପ୍ରତି କିଟ୍ ଓ କିସ୍ର ବିଭିନ୍ନ କ୍ରୀଡା଼ ପ୍ରତିଯୋଗୀତା, ତାଲିମ୍ ଓ ଚୟନ ଶବିର ଆଦି ଚାଲୁ ରହିଛି । ସେଥିମଧ୍ୟରୁ ମାଳଦ୍ୱୀପ ଭଲିବଲ୍ ଦଳର କୋଚିଂ ଶିବିର, ବିସିସିଆଇ ୧୯ବର୍ଷରୁ କମ୍ କୁଚବିହାର ଟ୍ରଫି ୨୦୨୧-୨୨, ଜାତୀୟ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ୍, ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସନ୍ତରଣ (ପୁରୁଷ ଓ ମହିଳା), ୪ର୍ଥ ଜାତୀୟ ପାରାବ୍ୟାଡ୍ମିଣ୍ଟନ ଚାମ୍ପିଅନସିପ୍ (ପୁରୁଷ ଓ ମହିଳା) ଅନନ୍ୟା ପ୍ରତିଯୋଗିତାରେ ଯୋଗ ଦେବାପାଇଁ ଖେଳାଳି ଓ ଅଫିସଆଲମାନେ ଆସୁଛନ୍ତି । ଗୁରୁତ୍ୱପୂର୍ଣ୍ଣକଥା ହେଉଛି କରୋନା ସମୟରେ ମଧ୍ୟ କିଟ୍ ଓ କିସ୍କୁ ୨୦ ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଓ ଅଫିସିଆଲ୍ ଆସିପାରୁଛନ୍ତି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଓଡି଼ଶାକୁ ଏମାନଙ୍କ ଆଗମନ ପର୍ଯ୍ୟଟନକୁ ଆହୁରି ଋଦ୍ଧିମନ୍ତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।