FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଟାଇମସ୍ ଆୱାର୍ଡ୍‌ସ ଏସିଆ ୨୦୨୧ ପରସ୍କାର କିଟ୍‌କୁ ଲିଡରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ ଅଫ୍ ଦି ଇଅର ପୁରସ୍କାର ।

ଟାଇମସ୍ ଆୱାର୍ଡ୍‌ସ ଏସିଆ ୨୦୨୧ ପରସ୍କାର କିଟ୍‌କୁ ଲିଡରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ ଅଫ୍ ଦି ଇଅର ପୁରସ୍କାର ।

ଟାଇମସ୍‍ ଆୱାର୍ଡ୍‌ସ ଏସିଆ ୨୦୨୧ ପୁରସ୍କାର କିଟ୍‌କୁ ଲିଡରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍ ଅଫ୍ ଦି ଇଅର ପୁରସ୍କାର
SHARE NOW :

ଭୁବନେଶ୍ୱର (ଲାଇଭଓଡ଼ିଶା ବ୍ୟୁରୋ ) : ବିଶ୍ୱସ୍ତରରେ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର । ମଙ୍ଗଳବାର ଟାଇମ୍ସଲ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ‘ଆୱାର୍ଡ୍ସ୍ ଏସିଆ ୨୦୨୧’ ପୁରସ୍କାର ଘୋଷଣା କରାଯାଇଥିବାବେଳେ ସମଗ୍ର ଭାରତ ତଥା ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଟାଇମ୍ସଷ୍ଠ ଆୱାଡ୍ର୍ସ୍ ଏସିଆ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି । ଗତବର୍ଷ ଟାଇମ୍ସତ ହାଇଅର ଏଜୁକେସନ୍‍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ୱାର୍କପ୍ଳେସ୍ ଅଫ ଦି ଇଅର କ୍ୟାଟେଗୋରିରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଯେକୌଣସି ଆପତକାଳୀନ ପରିସ୍ଥିତିରେ ସାମ୍ନା କରିବ, ଅପହଂଚ ନିକଟରେ ପହଂଚିବ ଏବଂ ସମାଜସେବା ବିଶେଷ କରି କୋଭିଡ୍ ମହାମାରୀ ସମୟରେ କୋଭିଡ୍ ଡାକ୍ତରଖାନା ପ୍ରତିଷ୍ଠ.ସାଧାରଣ ଜନତାଙ୍କୁ ମାସ୍କ ସାନିଟାଇଜ ବଣ୍ଟନ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ, ଓଡିଶା କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପିଲାଙ୍କୁ ମାଗଣାରେ କିଟ୍ ଉଚ୍ଚଶିକ୍ଷା ପ୍ରଦାନ କରିବା, ପିଲାଙ୍କୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିବା ଆଦି କାର୍ଯ୍ୟକୁ ଦେଖି ଚଳିତବର୍ଷ ଟାଇମସ୍ ହାୟର ଏଜୁକେସନ୍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ମିଳିବା ପରେ କିଟ୍ ଓ କିସ୍‌ର ଅଧ୍ୟାପକ ଅଧ୍ୟପିକା, କର୍ମଚାରୀ, ଛାତ୍ରଛାତ୍ରୀ ଅଭିଭାବକ,ଶୁଭେଚ୍ଛୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସମଗ୍ର ଏସିଆ ମହାଦେଶରୁ କିଟ୍ ‍ଏକ ମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ପୁରସ୍କାର ପାଇଥିବାରୁ ଏହା ଓଡି଼ଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ କିଟ୍‍ ଓ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଏ ସବୁ ସମ୍ଭବ ହୋଇ ପାରିଲା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts