ଟ୍ୱିନ ସିଟି ପରେ ଏବେ ବଲାଙ୍ଗୀରର କିଙ୍ଗ ଗ୍ରୁପ

SHARE NOW :
ବଲାଙ୍ଗୀର (ଲାଇଭ ଓଡିଶା ନ୍ୟୁଜ୍) : ଓଡିଶାରେ ଚାଲିଛି ମାଫିଆଙ୍କ ରାଜ । ରାସ୍ତାରେ ଜମୁଛି ବନ୍ଧୁକ,ଖଣ୍ଡା, ଓ ଭୁଜାଲିର ଆସର । ପ୍ରଥମେ କେବିଏନ ଗ୍ରୁପ ପାଇଁ ଭୁବନେଶ୍ୱର ରାଜରାସ୍ତା ଥରୁଥିବା ବେଳେ କଟକର ପବ୍ଲିକ ଷଣ୍ଢର ଭିଡିଓ ଭାଇରାଲ ହୋଇଥିଲା । ଏବଂ ପୁଣି ଏବେ ବଲାଙ୍ଗୀରର କିଙ୍ଗ ଗ୍ରୁପର ଭିଡିଓ ସାମନାକୁ ଆସିଛି ।
୮ରୁ ୧୦ଜଣ ଯୁବକ ମାରଣାସ୍ତ୍ର ଧରି ସୋସିଆଲ ମିଡିଆରେ ଫଟୋ ଛାଡିଛନ୍ତି । କିଙ୍ଗ୍ ଗ୍ରୁପର ଉତ୍ପାତ ଦେଖି ଲୋକ ଭୟଭୀତ ହେଉଛନ୍ତି । ଖରାପ ଭାଷାରେ ଗାଳି ଗୁଲଜ ସହ କିଛି ବ୍ୟକ୍ତିଙ୍କୁ ମାରିବା ଓ ଘରୁ ନବାହାରିବାକୁ ଚେତାବନୀ ଦେଉଥିବା ଭିଡିଓରେ ଶୁଣିବାକୁ ମିଳୁଛି । ବଲାଙ୍ଗୀର ସହର ସମେତ ପୁଇଁତଲା ଓ ଲୋଇସିଂହା ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ଭାଇଗିରି ଦେଖାଉଛନ୍ତି, ଯାହାର କିଛି ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି ।