FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ କାର୍ଯ୍ୟକରିବ କିସ୍–ୟୁଏନ୍‌ଡିପି

ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ କାର୍ଯ୍ୟକରିବ କିସ୍–ୟୁଏନ୍‌ଡିପି

ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ  କାର୍ଯ୍ୟକରିବ କିସ୍–ୟୁଏନ୍‌ଡିପି
SHARE NOW :

ଭୁବନେଶ୍ୱର(ଲାଇଭଓଡିଶା ନ୍ୟୁଜ): ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ମଙ୍ଗଳବାର କିସ୍‌-ୟୁଏନଡିପିମଧ୍ୟରେ ବୁଝାମଣା ହୋଇଛି । ଏହି ବୁଝାମଣା ପତ୍ରରେ କିସ୍ ପକ୍ଷରୁ କିଟ୍ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ୟୁଏନଡିପି ପକ୍ଷରୁ ଭାରତ ମୁଖ୍ୟ ଶୋକା ନୋଡା ସ୍ୱାକ୍ଷର କରିଥିଲେ । ଏହି ବୁଝାମଣା ଅନୁଯାୟୀ ୟୁଏନଡିପି ଓ କିସ୍ ମିଳିତ ଭାବେ ସ୍ଥାୟୀ ବିକାଶ ଲକ୍ଷ୍ୟ ପର‌୍ୟ୍ୟବେସିତ ଜନଜାତି ଗବେଷଣା କାର୍ଯ୍ୟକ୍ରମ କ୍ୟାରିଅର ମାର୍ଗଦଶନ ଜରିଆରେ ଜନଜାତି ଛାତ୍ରଛାତ୍ରୀଙ୍କୁ ଦକ୍ଷ କରାଇବା, ପ୍ରାକୃତିକ ସମ୍ବଳ ବିଶେଷ କରି ଜଳ ଓ ଜୈବମଣ୍ଡଳର ପରିଚାଳନା କରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସେଠାକାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବେ । ଏହି ଅବସରରେ ୟୁଏନ୍ଡିପି ଭାରତ ମୁଖ୍ୟ ଶ୍ରୀମତୀ ନୋଡା କହିଲେ, ମୁଁ ମୋର ୨୫ବର୍ଷ କ୍ୟାରିଅର ମଧ୍ୟରେ କିସ୍ ଭଳି ଅନୁଷ୍ଠାନ କୌଣସିଠାରେ ଦେଖିନାହିଁ । କିସ୍ ପରିଦର୍ଶନ କରି ମୁଁ ଅଭିଭୂତ ବୋଲି ସେ କହିଥିଲେ । କିସ୍ ହେଉଛି ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍ଡିଜି)ର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀମତୀ ନୋଡ଼ା କହିଥିଲେ । କିସ୍ ଏବଂ ୟୁଏନଡିପି ଉଭୟ କ୍ଷୁଧା ଓ ଦାରିଦ୍ର ଦୂରୀକରଣ ଦିଗରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ଜନଜାତି ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ଲାଗି କିସ୍ ୟୁଏନଡିପି ସହ ମିଶି କାର୍ଯ୍ୟ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଥିଲେ । କିସ୍ ୟୁଏନଡିପି ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଯାଉଥିବାରୁ ୟୁଏନଡିପି ଶ୍ରୀ ସାମନ୍ତ ଓ ଶ୍ରୀମତୀ ନୋଡାଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଦାରିଦ୍ର ଓ କ୍ଷୁଧା ଦୂରୀକରଣ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କିସ୍ ଦୀର୍ଘ ୩ ଦଶନ୍ଧୀ ଧରି କାର୍ଯ୍ୟ କରିଆସୁଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁଏନଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ୟୁଏନଡିପି ରବରିଷ୍ଠ ପଦାଧିକାରୀ, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କ ସମେତ କିଟ୍ ଓ କିସ୍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୨୮ ତାରିଖରେ ନୂଆଦିଲ୍ଲୀଠାରେ ସାମାଜିକ ଓ ଭାବାତ୍ମକ ଶିକ୍ଷା ଉପରେ ଅନ୍ଲାଇନ୍ ପାଠ୍ୟକ୍ରମ ସକାଶେ କିଟ୍-କିସ୍ ଓ ୟୁନିସ୍କୋର ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଫର୍ ପିସ୍ ଆଣ୍ଡ ସଷ୍ଟେନେବେଲ ଡେଭେଲଫମେଣ୍ଟ (ଏମ୍‌ଜିଆଇପି) ମଧ୍ୟରେ ଏକ ମିଳିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

Related Posts