କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ବାର୍ଷିକ ଉତ୍ସବ ଛାତ୍ର ବିନା ସ୍କୁଲ୍, ଫୁଲ ବିନା ବଗିଚା ସଦୃଶ: ଅଚ୍ୟୁତ ସାମନ୍ତ

SHARE NOW :
ଭୁବନେଶ୍ୱର, (ଲାଇଭଓଡ଼ିଶା ନ୍ୟୁଜ) : ଫୁଲ ବିନା ବଗିଚା ଯେଭଳି ଦେଖାଯାଏ, ଛାତ୍ର ବିନା ଶିକ୍ଷାନୁଷ୍ଠାନ ମଧ୍ୟ ସେହିପରି ହୋଇଥାଏ
ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁରୁବାର କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରବ୧୫ତମ ବାର୍ଷିକ ଉତ୍ସବ
‘ହୋପ୍’ରେ ଯୋଗଦେଇ ଶ୍ରୀ ସାମନ୍ତ ଏହା କହିଛନ୍ତି । ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମକୁ କିଟ୍ ଓ କିସ୍
ସଭାପତି ଶାଶ୍ୱତୀ ବଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାିଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ କହିଲେ, କରୋନା
ଯୋଗୁଁ ଚଳିତବର୍ଷ ମଧ୍ୟ କିଟ୍ ଇଣ୍ଟରନ୍ୟାସ୍ନାଛଲ୍ ସ୍କୁଲ୍ରବ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତ୍ୟକ୍ଷ ଭାବେ ବାର୍ଷିକ ଉତ୍ସବରେ
ଯୋଗ ଦେଇପାରିନାହାନ୍ତି । ତଥାପି ସ୍କୁଲ୍ରେଇ ଶିକ୍ଷାଦାନ ଜାରି ରହିଛି । କିଟ୍ ଇଣ୍ଟରନ୍ୟାସ୍ନା ଲ୍ ସ୍କୁଲ୍ ସର୍ବଦା ଛାତ୍ର-ପ୍ରିୟ ଓ
ଶିକ୍ଷଣ-ପ୍ରିୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଆସିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।
କିଟ୍ ଇଣ୍ଟରନ୍ୟାସ୍ନାାଲ୍ ସ୍କୁଲ୍ ହେଉଛି ଦେଶର ପ୍ରଥମ ଅନୁଷ୍ଠାନ ଯାହା କି ତାଲାବନ୍ଦର ପ୍ରଥମ ଦିନରୁ ହିଁ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା କରିଥିଲା । ଆମେ
ସମସ୍ତେ ଜାଣିଛେ ଶ୍ରେଣୀଗୃହ ଶିକ୍ଷା ହେଉଛି ଆନନ୍ଦଦାୟକ ଶିକ୍ଷା । ଏହାର କୌଣସି ବିକଳ୍ପ ନାହିଁ । ତଥାପି କରୋନା ଦୃଷ୍ଟିରୁ
ଅନ୍ଲାେଇନ୍ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ସମସ୍ତେ ବାଧ୍ୟ ହୋଇଛନ୍ତି । କିଟ୍ ଇଣ୍ଟରନ୍ୟାସ୍ନାିଲ୍ ସ୍କୁଲ୍ରଉ ଛାତ୍ରଛାତ୍ରୀ ଓ ଅଭିଭାବକ,
ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କ ସହଯୋଗ ଯୋଗୁଁ ଏହି ଅନ୍ଲାସଇନ୍ ଶିକ୍ଷାଦାନ ସୁରୁଖୁରୁରେ ଚାଲୁ ରହିଛି । ସେଥିପାଇଁ ସେ
ଛାତ୍ରଛାତ୍ରୀ ଓ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସ୍ୱାଗତ ଭାଷଣ ଦେଇ ସ୍କୁଲ୍ରର ଚେୟାରପର୍ସନ ଡ.
ମୋନାଲିସା ବଳ କହିଲେ, ସଙ୍କଟ ସମୟ ହେଉଛି ଆମର ପ୍ରକୃତ ଶିକ୍ଷକ । କାରଣ ଏହା ଆମକୁ ଧୈର୍ୟ୍ୟର ସହ ପରିସ୍ଥିତିର
କିଭଳି ମୁକାବିଲା କରାଯିବ ତାହା ଶିଖାଇ ଥାଏ । ଅଭିଭାବକଙ୍କ ସହଯୋଗ ବିନା କିଟ୍ ଇଣ୍ଟରନ୍ୟାସ୍ନା ଲ୍ ସ୍କୁଲରେ ଅନ୍ଲା୍ଇନ୍
ଶିକ୍ଷାଦାନ ସମ୍ଭବ ହୋଇପାରିନଥାନ୍ତା । ଅବେଗ ହେଉଛି ଆମର ନିଷ୍ପତ୍ତି ନେବା ପ୍ରକ୍ରିୟାର ମୂଳକଥା ବୋଲି ସେ କହିଥିଲେ ।
ସ୍କୁଲ୍ରା ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ସ୍କୁଲ୍ରନ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ପାଦିତ ସ୍କୁଲ୍ ବାର୍ଷିକ ପୁସ୍ତିକା ‘କାରାନାଏ’ର ଇ-ସଂସ୍କରଣ ଉନ୍ମୋଚିତ ହେବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ
କରିଥିବା ସ୍କୁଲ୍ର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।