କିଟ୍ ଓ କିସ୍ରେ କଳାକୁମ୍ଭ ଉଦ୍ଯାପିତ

SHARE NOW :
ଭୁବନେଶ୍ୱର (ଲାଇଭଓଡ଼ିଶା ବ୍ୟୁରୋ): ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍ ଓ କିସ୍ରେ ସହଯୋଗରେ କିସ୍ ପରିସରରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକମ୍ଭୁ ଶୁକ୍ରବାର ଉଦ୍ୟା ପିତ ହୋଇଯାଇଛି । ନିକଟରେ କିଟ୍-କିସ୍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନକି କଳା ସଂଗ୍ରହାଳୟ(ଏନ୍ଜିଏମ୍ଏ) ସହ ନୂଆ ଦିଲ୍ଲୀରେ ଜନଜାତି କଳା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ଏକ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁସାରେ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଳାକମ୍ଭୁ ଆଜି ଶେଷ ହୋଇଛି । ପ୍ରଥମ ଥର ପାଇଁ ସମଗ୍ର ଭାରତରେ ଏତେ ବଡ଼ ଆକାରରେ ଓଡ଼ିଶାର କିଟ୍ ଓ କିସ୍ରେ ଅନୁଷ୍ଠିତ ହୋଇଥିଲା ।
ରାଷ୍ଟ୍ରୀୟ ଆଧୁନକି କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬ ଦିନ ଧରି ଚାଲିଥିବା କଳାକମ୍ଭୁ ରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା
ଅମୃତ ମହୋତ୍ସବ’ ଅବସରରେ ଏହି କଳାକମ୍ଭୁ ଅନୁଷ୍ଠିତ ହେଇଥିଲା । ଏହି କଳାକମ୍ଭୁ ରେ ଯୋଗ ଦେଇଥିବା କଳାକାରମାନେ ୭୫୦ ମିଟର ଲମ୍ବ ବିଶିଷ୍ଟ ଏହି ବିଶାଳ କଳାକୃତି ପ୍ରସ୍ତୁତ କରିଛନ୍ତି । ଏହା ୨୦୨୨ ସ୍ୱାଧୀନତା ଦିବସ ପାଳନର ଏକଅଂଶବିଶେଷ ରୂପେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାତରେ ପ୍ରଦର୍ଶନ କରାଯିବ । ଏହି କଳାକମ୍ଭୁ ଆୟୋଜନ ପାଇଁ କିଟ୍ ଓ କିସ୍ରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା ।
ଏହି ଉତ୍ସବରେ କିଟ୍ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରାହଳୟର ମହାନିର୍ଦ୍ଦେଶକ ଅଦୈତ୍ୱ ଗଡନ଼ ନାୟକ , ରାଷ୍ଟ୍ରୀୟ ଆଧୁନକି କଳା ସଂଗ୍ରାହଳୟର ପରାର୍ମଶଦାତା ହର୍ଷବର୍ଦ୍ଧନ ଶର୍ମା, ବିଶିଷ୍ଠ ଚଳଚ୍ଚିତ୍ର ନିର୍ମାାତା ତଥା କଳିଙ୍ଗ ଟିଭି ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, କିଟ୍ ଆର୍କିଟେକଚର ସ୍କୁଲ୍ରୁ ନିର୍ଦ୍ଦେଶକ ଏସ ଏସ୍ ରାୟ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏହି କଳାକୁମ୍ଭରେ କଳାକାରମାନେ ବିଭିନ୍ନ ପ୍ରକାର ଦେଶୀୟ କଳା ପଟ୍ଟଚିତ୍ର, ତାଳ ପଟ୍ଟଚିତ୍ର, ମଞ୍ଜୁଷା, ମଧୁବନୀ ଓ ଯଦୁ ପାଟୁଆ ଆଦି ଉପରେସେମାନଙ୍କ କଳାତ୍ମକ ଭାବ ପ୍ରଦର୍ଶନ କରାଯାଇଛି । ଏନ୍ଜିଶଏମ୍ଏତ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଶର୍ମା, ରାମହରି ଜେନା ଓ ବିଜୟନ୍ତ ଦାସଙ୍କ ଭଳି ବିଶିଷ୍ଟ ଶିଳ୍ପୀମାନେ ଏହି କାର୍ୟ୍ୟକୁ ମଧ୍ୟ ସଂଯୋଜନା ଓ ତଦାରଖ କରିଥିଲେ । ଏଥିରେ ଆନନ୍ଦ ପ୍ରକାଶ କରି ଶ୍ରୀ ସାମନ୍ତ କହିଲେ, କିଟ୍ ଓ କିସ୍ରେ କଳାକମ୍ଭୁ ଭଳି ବଶି ।ଳ କଳାତ୍ମକ କର୍ମଶାଳା ଆୟୋଜିତ ହୋଇପାରିଛି । ଓଡି଼ଶା ହେଉଛି ଉତ୍କୃଷ୍ଟ କଳାର କ୍ଷେତ୍ର । ତେଣୁ ଓଡି଼ଶାରେ କଳାକୁମ୍ଭ ଆୟୋଜିତ ହୋଇପାରିôଥବ ।ରୁ ଏହା ଓଡିଶ଼ ।ପାଇଁ ଗର୍ବ ଓ ଗୌରବର ବିଷୟ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ଏହା
ଆୟୋଜନ କରାଯାଇଛି । ଏହି ବରି ।ଟ କାର୍ୟ୍ୟକ୍ରମରେ କିଟ୍ ଓ କିସ୍ରେ ି ସାମିଲ୍ ହୋଇପାରିôଥବ ।ରୁ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି । ଏହି କାର୍ଯକ୍ରମ କିଟ୍ ଓ କିସ୍ରେ ଆୟୋଜନ କରାଯାଇଥିବାରୁ । ଶ୍ରୀ ସାମନ୍ତ ଏନଜ୍ ଏି ମଏ୍ ର ମହାନିଦ୍ଦେର୍ଶକ ଶ୍ରୀଯକ୍ତୁ ଗଡ଼ନାୟକଙ୍କୁ ସାଧୁବାଦ ଜଣାଇଥିଲେ ।