- Home
- »
- Breaking News
- »
- ଲଖିମପୁର ଖେରୀ ହିଂସା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ ଦାବିରେ ର।ଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ
ଲଖିମପୁର ଖେରୀ ହିଂସା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ ଦାବିରେ ର।ଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ

SHARE NOW :
ଉତ୍ତରପ୍ରଦେଶ(ଲାଇଭ ଓଡିଶା ନ୍ୟୁଜ): ଲଖିମପୁର ଖେରୀ ହିଂସା ମାମଲାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦଳ ଦାବି କରିଛନ୍ତି । ଏହାସହିତ ରାହୁଲଙ୍କ ବ୍ୟତୀତ କଂଗ୍ରେସ ପ୍ରତିନିଧି ଦଳରେ ରାଜ୍ୟସଭାର ବିରୋଧୀ ଦଳର ନେତା ମଲ୍ଲିକାର୍ଜ୍ଜୁନ ଖର୍ଗେ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମିଲ ଥିଲେ । ଅକ୍ଟୋବର ୩ରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ଗ୍ରାମ ଗସ୍ତ ବିରୁଦ୍ଧରେ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଟିକୁନିଆ ଅଞ୍ଚଳରେ ଘଟିଥିବା ହିଂସାରେ ଚାରି ଜଣ କୃଷକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆଶିଷଙ୍କୁ ଶନିବାର ଗିରଫ କରାଯାଇଥିଲା। ଏ ପର୍ୟ୍ୟନ୍ତ ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରାଯାଇଛି ।