ମା ଲକ୍ଷ୍ମୀ ମନ୍ଦିର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

SHARE NOW :
କେନ୍ଦ୍ରାପଡ଼ା (ଲାଇଭ ଓଡିଶା ନ୍ୟୁଜ୍) : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିହରକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ମା ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭୂମି ପୂଜା କରାଯାଇଛି । ପ୍ରଥମେ ସ୍ଥାନୀୟ ପବିତ୍ର ଚିତ୍ରୋତ୍ପଳା ନଦୀରୁ ୩୫୦ କଳସରେ ମହିଳା ମାନେ ଏକ ବର୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ପାଣି ଆଣି ମନ୍ଦିର ପରିସରରେ ପହଞ୍ଚି ଥିଲେ । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଠୁ ଆରମ୍ଭ କରି ନାମସଂକ୍ରିତନ୍ ହରିବୋଲ ହୁଳହୁଳି ରେ ସେହି ସ୍ଥାନ ଉତ୍ସବ ମୁଖର ହୋଇଥିଲା ।ଏହାପରେ ସମସ୍ତ କଳସ ଧରି ମହିଳା ମାନେ ଜଗନ୍ନାଥ ମନ୍ଦିର ପରିସରରେ ହେବାକୁ ଥିବା ମା ଲକ୍ଷ୍ମୀ ଙ୍କ ମନ୍ଦିର ସ୍ଥାନରେ କଳସ ରଖିଥିଲେ । ବ୍ରାହ୍ମଣ ଙ୍କ ବେଦ ପାଠରେ ଚାଲିଥିଲା ପୂଜାର୍ଚ୍ଚନା ।ଏହାକୁ ଦେଖିବା ଲାଗି ଅଞ୍ଚଳର ଲୋକେ ଶହ ଶହ ସଂଖ୍ୟାରେ ଭିଡଜମାଇଥିଲେ । ମନ୍ଦିର ପ୍ରଶାସନ ର କହିବାଅନୁସାରେ ଆସନ୍ତା ଦୁଇବର୍ଷ ଭିତରେ ମନ୍ଦିର ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।