FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ତ୍ରିକୋଣୀୟ ପ୍ରେମରୁ ହତ୍ୟା,ଆଉ ତାପରେ ହତ୍ୟାର ଲାଇଭ ଭିଡିଓ

ତ୍ରିକୋଣୀୟ ପ୍ରେମରୁ ହତ୍ୟା,ଆଉ ତାପରେ ହତ୍ୟାର ଲାଇଭ ଭିଡିଓ

ତ୍ରିକୋଣୀୟ ପ୍ରେମରୁ ହତ୍ୟା,ଆଉ ତାପରେ ହତ୍ୟାର ଲାଇଭ ଭିଡିଓ
SHARE NOW :

ବଲାଙ୍ଗୀର(ଲାଇଭ ଓଡିଶାବ୍ୟୁରୋ): ତ୍ରୀକୋଣିୟ ପ୍ରେମରୁ ବନ୍ଧୁତ୍ୱ ରେ ଲାଗିଲା କଳଙ୍କ । ଗୋଟିଏ ଝିଅକୁ ଭଲପାଉଥିଲେ ଉଭୟ । ଯାହା ଆରମ୍ଭ କରିଥିଲା ବିବାଦ । ପ୍ରଥମେ ତଣ୍ଟି କାଟିଲା , ତାପରେ ପେଟ୍ରୋଲ ଢାଳି ଜାଳିଦେଲା । ଆଉ ଏଭଳି ନୃଷଂସ କାମକୁ ନିଜ ମୋବାଇଲରେ ମଧ୍ୟ ରେକର୍ଡ କରଥିଲା । ଖାଲି ସେତିକି ନୁହେଁ ବରଂ ଏହି ସବୁ ଦୃଷ୍ୟକୁ ଳାଇଭ ଭିଡିଓ ମାଧ୍ୟମରେ ମଧ୍ୟ ଦେଖାଇଥିଲ । ଏକତରଫା ପ୍ରେମ ପାଇଁ ନିଜ ବନ୍ଧୁ କୁ ମାରିବାର ଶଡଯନ୍ତ୍ର ରଚିଥିଲେ ଆଉ ୨ ଜଣ । ଏଭଳି ଘଟଣା ଘଟିଥିଲା ବଲାଙ୍ଗୀରରେ । ଆଜି ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ପିଜି ହଷ୍ଟେଲ ପଛପଟୁ ଯୁବକଙ୍କ ଦରପୋଡ଼ା ମୃତଦେହ ମିଳିବା ମାମଲାର ପର୍ଦ୍ଦଫାସ ହେଇଛି । ହତ୍ୟାର ଳାଇଭ ଭିଡିଓ ରୁ ପୋଲିସକୁ ମିଳିଥିଲା ସୁରାଗ । ଭାଇରାଲ ଭିଡିଓରେ ଜଣେ ଓଡ଼ିଆ ଓ ହିନ୍ଦୀ ମିଶାମିଶି ଭାଷାରେ ଅନ୍ୟ ଜଣଙ୍କୁ ଧମକ ବି ଦେଉଛି। ତ୍ରିକୋଣୀୟ ପ୍ରେମ ସଂପର୍କକୁ ନେଇ ମୃତ ବିଶ୍ଵଦେବଙ୍କୁ ହତ୍ୟା କରିଥିଲା ବନ୍ଧୁ ଅମିତ ମନହୀର। ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ।ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ। ପରେ ଟର୍ଣ୍ଣିଂ ପଏଣ୍ଟ ଥିଲା ଅମିତର ଭଉଣୀ ଫେରାର ହେବା। ଏଥିରେ ବିଶ୍ୱଦେବର ହାତ ଥିବା ସନ୍ଦେହ କରି ପ୍ରତିଷୋଧ ଲକ୍ଷ୍ୟରେ ଥିଲା ଅମିତ୍। ପରେ ଘରୁ ଡାକି ନେଇ ଗଞ୍ଜେଇ ପିଆଇ ନିଶାସକ୍ତ ଅବସ୍ଥାରେ ବିଶ୍ୱଦେବର ତଣ୍ଟି କାଟି ହତ୍ୟା କରିଥିଲେ ଅଭିଯୁକ୍ତ ଅମିତ ଓ ଶୁଭମ। ମାମଲାରେ ଉଭୟଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ସ୍କୁଟି, ରକ୍ତଲଗା ଛୁରୀ ଜବତ କରିଛି ସ୍ଥାନୀୟ ପୋଲିସ।

Leave a Reply

Your email address will not be published. Required fields are marked *

Related Posts