FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୁବର୍ଣ୍ଣପୁର ଜିଲ୍ଲାରେ ଧାରଣାରେ ଶ୍ରମିକ

ସୁବର୍ଣ୍ଣପୁର ଜିଲ୍ଲାରେ ଧାରଣାରେ ଶ୍ରମିକ

ସୁବର୍ଣ୍ଣପୁର ଜିଲ୍ଲାରେ ଧାରଣାରେ ଶ୍ରମିକ
SHARE NOW :


ସୁବର୍ଣ୍ଣପୁର(ନୀଳାଚଳ ନ୍ୟୁଜ/ଲାଇଭ ଓଡିଶା)ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକ ମାନେ ଧାରଣା ଦେଇଛନ୍ତି ।ଶ୍ରମିକ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ମନରେଗା ଯୋଜନାରେ କାମ ଯୋଗାଇ ଦେବା ଦାବୀରେ ଏହି ଆନ୍ଦୋଳନ କରିଛନ୍ତି ।ଜିଲ୍ଲାର ଉଲୁଣ୍ଡା ବ୍ଲକ ମହଦା ପଂଚାୟତର ଶ୍ରମିକମାନେ ଆଜକୁ ଚାରିମାସ ହେଲା ମନରେଗା ଯୋଜନାରେ ମାଟି କାମ ଯୋଗାଇ ଦେବା ପାଇଁ ସରପଂଚ ,ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପଂଚାୟତ ସମିତି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ବି କାମ ଯୋଗାଇ ଦିଆଯାଇ ପାରୁନାହିଁ ।ତେବେ ଏହି କୋଭିଡ ପରିସ୍ଥିତିରେ ଶ୍ରମିକମାନେ କାମ ନ ପାଇ ଘରେ ବସି ରହିଥିବା ବେଳେ ମନରେଗା ଯୋଜନାରେ ମେସିନ ଲଗାଇ ମାଟି କାମ କରାଯାଉଥିବା ଅଭିଯୋଗ ହୋଇଛି ।ଶ୍ରମିକ ମାନଙ୍କ ବଦଳରେ ମେସିନ ମାଧ୍ୟମରେ କାମ କରାଯାଇ ମିଥ୍ୟା ବିଲ ତିଆରି କରି ପ୍ରତିଟି ପ୍ରକଳ୍ପର ଲକ୍ଷ ଲକ୍ଷ ଟଂକା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି ।ତେବେ ଶ୍ରମିକମାନଙ୍କୁ ତୁରନ୍ତ କାମ ଯୋଗାଇ ଦେବା ପାଇଁ ଶ୍ରମିକମାନେ ଧାରଣାରେ ବସିଛନ୍ତି ।ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ଲିଖିତ ଭାବେ ପ୍ରତିଶୃତି ନ ଦେବା ଯାଏଁ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts