FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନନ୍ଦିପଦା ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ

ନନ୍ଦିପଦା ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ

ନନ୍ଦିପଦା ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ
SHARE NOW :

କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ); କେନ୍ଦୁଝର ଜିଳ୍ଳା ନନ୍ଦିପଦା ଥାନା ଅଧିନ ନିଶଙ୍ଖପୁର ଛକ ନିକଟରେ ଦୂର୍ବୁର୍ତ୍ତଙ୍କ ଆକ୍ରମଣରେ ସୁନା ଦୋକାନୀ ଗୁରୁତର ଆହତ । ସୂଚନାରୁ ଜଣାପଡିଛି, ଛେନାପଦି ଛକ ବଉଳା ରୋଡ଼ରେ ଟୁକୁଣା ଗ୍ରାମର ପବିତ୍ର ମୋହନ ଦାସ୍ (କାଳିଆ) ଅଳଙ୍କାର ଦୋକାନ ଦେଇଛନ୍ତି । ପ୍ରତିଦିନ ପରି ସେ ଦୋକାନ ବନ୍ଦ୍ କରି ଆଜି (ମଙ୍ଗଳବାର) ପ୍ରାୟ ଘ.୭: ୩୦ମିନିଟ୍ ସମୟରେ ଘରକୁ ଫେରୁଥିଲେ । କିଛି ଦୁବୃର୍ତ୍ତ ତାଙ୍କୁ ଗୋଡାଇବା ସହ ନିଶଙ୍ଖପୁର ଛକ ନିକଟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ଗହଣା ଗାଣ୍ଠି ଛଡ଼େଇ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଦୂର୍ବୁର୍ତ୍ତଙ୍କ ଆକ୍ରମଣ ଯୋଗୁଁ ତାଙ୍କ ପେଟ ଓ କାନ୍ଧରେ ଶକ୍ତ ଆଘାତ ଲାଗିଛି, ଯାହା ସ୍ଥାନୀୟଲୋକ ମାନେ କହିଛନ୍ତି । ଲୁଟେରାଙ୍କ ଠାରୁ ସେ ନିଶଙ୍ଖପୁର ଗାଁ ଭିତରକୁ ଦୌଡ଼ି ପଳାଇବାରୁ ଗାଁ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେ ଗୁରୁତର ଥିବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts