ଜଙ୍ଗଲ ମଧ୍ୟରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

SHARE NOW :
ନବରଙ୍ଗପୁର,୨୬.୯(ଲାଇଭ୍ ଓଡିଶା ନ୍ୟୁଜ୍/ନରେନ୍ଦ୍ର ବିଷୋୟୀ) : ଜଙ୍ଗଲ ମଧ୍ୟରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଚେରଚେଟା ପଂଚାୟତ ଅନ୍ତର୍ଗତ ବତାଶର ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପାପଡାହାଣ୍ଡି ପୋଲିସ ।
ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଝିଅଟି ସ୍ଥାନୀୟ କଦ୍ଧଭଟା ଗ୍ରାମର ବୋଲି ଜଣାପଡିଛି । ମୃତ ପୁଅର ପରିଚୟ ମିଳିପାରି ନଥିବା ବେଳେ ପ୍ରାଥମିକ ତଦନ୍ତରୁ ଉଭୟ ଉଭୟଙ୍କୁ ପ୍ରେମ କରୁଥିବା ଜଣାପଡିଛି ।
ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଉଭୟ ପ୍ରେମୀ ଯୁଗଳ ଏପରି ଚରମ ପନ୍ଥା ଅପଣାଇଲେ ନା କେହି ମିଳିତ ହୋଇ ଯୋଜନା ବଦ୍ଧ ଭାବେ ହତ୍ୟା କରିଛି ସେ ନେଇ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।