FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆସୁଛି ଲଘୁଚାପ, ବଢିପାରେ ଶୀତ

ଆସୁଛି ଲଘୁଚାପ, ବଢିପାରେ ଶୀତ

ଆସୁଛି ଲଘୁଚାପ, ବଢିପାରେ ଶୀତ
SHARE NOW :


ଭୁବନେଶ୍ୱର (ଲାଇଭ୍ ଓଡିଶା ନ୍ୟୁଜ୍‌) : ଆସୁଛି ଆଉ ଏକ ଲଘୁଚାପ । ବଢିପାରେ ଶୀତ । ଆସନ୍ତା ୯ ତାରିଖରେ ଲଘୁଚାପ ସୃଷ୍ଟି ହେବାୁ ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଖପାଖରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି ।
ଶୀତ ବଢିବାର ସମ୍ଭାବନା ନେଇ ଆସୁଛି ଲଘୁଚାପ । ୯ ତାରିଖରେ ରାଜ୍ୟରେ ଶୀତବୃଦ୍ଧିର ସମ୍ଭାବନା ରହିଛି । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ଉଭୟ ଦିନ ଓ ରାତିିର ତାପମାତ୍ରା କମିବ । ପ୍ରାୟ ୧୦ ତାରିଖ ବେଳକୁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମିବ । ବିଶେଷ କରି ପାହାଡିଆ ଅଞ୍ଚଳରେ ପ୍ରବଳ ଶୀତ ହେବ ।

Leave a Reply

Your email address will not be published. Required fields are marked *

Related Posts