FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମା ସୁରେଶ୍ୱରୀଙ୍କ ଅଳଙ୍କାର ଚୋରୀ : ୩ ପୋଲିସ କର୍ମଚାରୀ ନିଲମ୍ବିତ

ମା ସୁରେଶ୍ୱରୀଙ୍କ ଅଳଙ୍କାର ଚୋରୀ : ୩ ପୋଲିସ କର୍ମଚାରୀ ନିଲମ୍ବିତ

ମା ସୁରେଶ୍ୱରୀଙ୍କ ଅଳଙ୍କାର ଚୋରୀ : ୩ ପୋଲିସ କର୍ମଚାରୀ ନିଲମ୍ବିତ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ଅଳଂକାର ଚୋରୀ ଘଟଣାରେ ଜିଲ୍ଲା ପୋଲିସର ତିନିଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।କାର‌୍ୟ୍ୟରେ ଅବହେଳା କରିଥିବାରୁ ସଦର ଟାଉନ ଥାନାର କନେଷ୍ଟବଲ ଶଙ୍କରଭାନୁ ବେହେରା ,ହୋମଗାର୍ଡ ଅନ୍ତର‌୍ୟ୍ୟାମୀ ସେଠୀ ଓ ନୃପରାଜ ସୁନାଙ୍କୁ କାର‌୍ୟ୍ୟରୁ ଅନ୍ତର କରାଯାଇଛି ।ଗତକାଲି ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ମନ୍ଦିରର ମୁଖ୍ୟ ଫାଟକ ଓ ଗମ୍ଭୀରା ଫାଟକର ତାଲା ଭାଂଗି ଦୁର୍ବୁତ୍ତମାନେ ଦେବୀଙ୍କ ଅଳଂକାର ଚୋରୀ କରି ନେଇଥିଲେ ।ଦେବୀ ମାଙ୍କ ୨୦ ଭରିର ରୂପା ମୁକୁଟ ସହିତ ରୂପାର ଦୁଇଟି ବଡ ଛତ୍ର ଚୋରୀ କରି ନେଇଛନ୍ତି ।ଘଟଣାସ୍ଥଳକୁ ପୋଲିସ ଓ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ପହଂଚି ଘଟଣା ସେବାୟତମାନଙ୍କୁ ପଚାରି ବୁଝିବା ସହିତ ତଦନ୍ତ କରିଥିଲେ ।ଦେବୀ ମା ସୁରେଶ୍ଗରୀ ଗଡଜାତର ଇଷ୍ଟ ଦେବୀ ହୋଇଥିବାରୁ ଏହି ଘଟଣା ଗଡଜାତବାସୀଙ୍କ ମନରେ ଗଭୀର ରେଖାପାତ ସୃଷ୍ଟି କରିଛି ।ତେବେ ଏହି ଘଟଣାର ସମ୍ବେଦନଶୀଳତାକୁ ହୃଦୟଂଗମ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀଙ୍କ ନିର୍ଦ୍ଦେଶରେ କାର‌୍ୟ୍ୟରେ ଅବହେଳା ଯୋଗୁଁ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏକ ସ୍ବତନ୍ତ୍ର ପୋଲିସ ଦଳ ଏହି ଘଟଣାର ତଦନ୍ତ କରୁଛି ।ତେବେ ଖୁବଶିଘ୍ର ଚୋରୀ ଜିନିଷ ଉଦ୍ଧାର କରାଯିବ ବୋଲି ପୋଲିସ ଆଶାବାଦି ଅଛି ।

Leave a Reply

Your email address will not be published. Required fields are marked *

Related Posts