- Home
- »
- Breaking News
- »
- ମହାନବମୀ ଅବସରରେ ପୂଜା ପାଉଛନ୍ତି ମା “ଦୁର୍ଗା”
ମହାନବମୀ ଅବସରରେ ପୂଜା ପାଉଛନ୍ତି ମା “ଦୁର୍ଗା”

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଜି ଜଗତଜନନୀ ଦୁର୍ଗାଙ୍କ ମହାନବମୀ ପୂଜା । ଘଣ୍ଟାଘଣ୍ଟା, ହୂଳହୂଳି, ଶଙ୍ଖ ନାଦରେ କମ୍ପି ଉଠୁଛି ସମସ୍ତ ଶକ୍ତିପୀଠ । ନିରାଡମ୍ବରେ ଚାଲିଛିି ମା’ଙ୍କ ପୂଜାର୍ଚ୍ଚନା । ମହାନବମୀ ପାଇଁ ମଣ୍ଡପରେ ଭକ୍ତିମୟ ପରିବେଶ । କିନ୍ତୁ ଭକ୍ତ ନଥିବାରୁ ଭକ୍ତିଭାବ ନାହିଁ । ବିନା ଭକ୍ତରେ ପରଦା ଆଢୁଆଳରେ ଜଗତଜନନୀଙ୍କ ପୂଜା କରାଯାଉଛି ।। ମଣ୍ଡପରେ ସୂର୍ୟ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବାର ପରମ୍ପରା ରହିଛି । ମା\’ଙ୍କୁ ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । କରୋନା କଟକଣା ଯୋଗୁ ଚର୍ମଚକ୍ଷୁରେ ମା\’ଙ୍କ ଭବ୍ୟ ଦର୍ଶନରୁ ଏବର୍ଷ ବଞ୍ଚିତ ହୋଇଛନ୍ତି ସାଧାରଣ ଭକ୍ତ । କେବେ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପର ତିନି ପଟ ଆବଦ୍ଧ ହୋଇଥିବା ବେଳେ ସାମନା ପଟରୁ ପରଦାରେ ଢାଙ୍କି ଦିଆଯାଇଛି ।