FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୧୧ ମାସ ପରେ ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ଡି

୧୧ ମାସ ପରେ ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ଡି

୧୧ ମାସ ପରେ ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ଡି
SHARE NOW :

ରାୟଗଡ଼ା,୧୫.୯( ଲାଇଭ୍ ଓଡିଶା ନ୍ୟୁଜ୍‌): ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ଙ୍କ ହୁଣ୍ଡି ଦୀର୍ଘ ୧୧ ମାସ ପରେ ଆଜି ଖୋଲାଯାଇଛି । ।ସୁଚନା ଅନୁସାରେ ପ୍ରତ୍ୟେକ ୬ ମାସ ବ୍ୟବଧାନରେ ମାଙ୍କ ହୁଣ୍ଡି ଖୋଲାଯାଇଥାଏ । କିନ୍ତୁ କରୋନା ଯୋଗୁଁ ମନ୍ଦିର ପ୍ରଶାସନ ପକ୍ଷରୁବନ୍ଦ କରାଯାଇଥିଲା । ଫଳରେ ହୁଣ୍ଡି ଖୋଲାଯାଇନଥିଲା । ହେଲେ ବର୍ତ୍ତମାନ ସ୍ଥିତି ସ୍ଵାଭାବିକ ହେବା ପରେ ଆସନ୍ତା ମାର୍ଚ୍ଚ ମାସରେ ହୁଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ କରୋନା ତୃତୀୟ ଲହରି ଆଶଙ୍କା ଥିବାରୁ ଏଥିରେ ବିଳମ୍ବ ହୋଇଥିଲା ସହରରେ ଥିବା ସମାଜସେବୀ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ହୁଣ୍ଡି ଗଣତିରେ ସହଯୋଗ କରିଥିଲେ।
ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କୋଭିଡ୍ ନିୟମ ଅନୁସାରେ ହୁଣ୍ଡିର ଗଣତି କରାଯାଇଥିଲା । ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତ ବର୍ଷ ମାଙ୍କ ହୁଣ୍ଡିରୁ ୬୩ ଲକ୍ଷ ୯୭ ହଜାର ୫୫୦ ଟଙ୍କା, ସୁନା ୨୪ ଗ୍ରାମ ଓ ରୂପା ଆକାରରେ ୩ କେଜି ୪୦୦ ଗ୍ରାମ ମିଳିଥିବା ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts