FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଫୁଲୁଛି ମହାନଦୀ

ଫୁଲୁଛି ମହାନଦୀ

ଫୁଲୁଛି ମହାନଦୀ
SHARE NOW :

ସୁବର୍ଣ୍ଣପୁର,୧୬.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ପିତାମ୍ବର ମହାପାତ୍ର):ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀର ବଢି ପାଣି ଯୋଗୁଁ ବିଜେପରୁ ଧର୍ମଶାଳା ବ୍ରିଜ ଉପରେ ଆଂଠୁଏ ପାଣି ଚାଲୁଛି ।ଫଳରେ ଯାତାୟାତ ବାଧାସୃଷ୍ଟି ହେବାସହ ଲୋକମାନେ ବାଘଲପୁର ଛକ ଦେଇ ଧର୍ମଶାଳା ବୀର ମହାରାଜପୁର ରେଢାଖୋଲ ଆଦି ଅଞ୍ଚଳକୁ ଯାତାୟତ କରୁଛନ୍ତି ।

ବଢି ପାଣି ଯୋଗୁଁ ନଦୀକୂଳିଆ ଅଞ୍ଚଳର ପ୍ରାୟ ୨୦ ଖଣ୍ଡରୁ ଅଧିକ ମୌଜାର ଚାଷଜମି ଜଳମଗ୍ନ ହୋଇଛି ।ସେପଟେ ତେଲନଦୀର ବଢିପାଣି ଯୋଗୁଁ ତରଭା ବ୍ଳକର ଅନେକ ଅଞ୍ଚଳର ଚାଷଜମିରେ ପାଣି ଜମି ରହିଛି ।
ଗତକାଲି ହୀରାକୁଦ ଡ୍ୟାମରୁ ପ୍ରାୟ ୨୪ଟି ଗେଟ ଦେଇ ପାଣି ନିଷ୍କାସନ ହେବା ପରେ ଜିଲ୍ଲାର ଅନେକ ସ୍ଥାନରେ ଗମନା ଗମନରେ ବାଧା ସୃଷ୍ଟି ହେବା ସହିତ ଚଳିତ ଖରିଫ ଋତୁର ଧାନ ଚାଷଜମି ଜଳମଗ୍ନ ହୋଇ ରହିଛି ।


ବର୍ଷା ଥମି ଥିବାରୁ ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟ କରି ପାରୁଥିବା ବେଳେ ନଦୀ କୂଳିଆ ଲୋକେ କିନ୍ତୁ ମହାନଦୀ ଓ ତେଲ ନଦୀର ବଢିପାଣି ଯୋଗୁଁ ଭୟ ଓ ଆତଙ୍କରେ ରହିଛନ୍ତି ।ଛୋଟ ଚାଷୀମାନଙ୍କ ପାଇଁ ମହାନଦୀ ଓ ତେଲନଦୀ ସୁବର୍ଣ୍ଣପୁରର ଦୁଃଖ ସାଜି ଥିବାବେଳେ ଚାଷୀମାନେ ନିଜ ଚାଷ ଜମିକୁ ସୁରକ୍ଷା ଦେବା ପାଇଁ କେବେ ବଢିପାଣି କମିବ ସେହି ଆଶାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts