FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସଫଳ ହେଉଛି ମେକ ଇନ୍ ଓଡିଶା, ନିବେଶକଙ୍କ ପାଇଁ ଉତ୍ତମ ବିକଲ୍ପ ସାଜିଛି ଓଡିଶା

ସଫଳ ହେଉଛି ମେକ ଇନ୍ ଓଡିଶା, ନିବେଶକଙ୍କ ପାଇଁ ଉତ୍ତମ ବିକଲ୍ପ ସାଜିଛି ଓଡିଶା

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟକୁ ନୂଆ କରି ଗଢି ତୋଳିବାକୁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ନୂଆ ରୂପ ଦେବା ପାଇଁ ଗଠନ ହୋଇଥିଲା ୫-ଟି କାର୍ଯ୍ୟକ୍ରମ । ତେବେ ଏହି ଯୋଜନାର ସଫଳ ରୂପାୟନରେ ଯୋଡି ହୋଇଯାଇଛି ଆଉ ଏକ ଫର୍ଦ୍ଦ । ବିଭିନ୍ନ ସ୍ଥାନରେ ଶିଳ୍ପକୁ ପ୍ରୋସ୍‌ôାହନ ଦିଆଯିବା ସହ ରୋଜଗାର ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ୧୩ଟି ଜିଲ୍ଲାରେ ୧୭ଟି ନୂଆ ଶିଳ୍ପଭିତ୍ତିକ ପ୍ରକଲ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରାୟ ୯୯୯କୋଟି ୯୯ଲକ୍ଷ ଟଙ୍କାର ନିବେଶ ସହ ୨ହଜାର ୩୮୭ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଓଡିଶା ନିଯୁକ୍ତି ଓ ନିବେଶକଙ୍କ ପାଇଁ ଉତ୍ତମ ବିକଲ୍ପ ସାଜିଛି । ମେକ ଇନ ଓଡିଶା ଅନ୍ତର୍ଗତ ଏହି ସବୁ ପ୍ରକଲ୍ପ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ହଜାର ହଜାର ଲୋକ ରୋଜଗାର ପାଇପାରିବେ । ଏସବୁ ଶିଳ୍ପ ପାଇଁ ୯୯୯.୯୯କୋଟି ଟଙ୍କା ବିନିଯୋଗ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ବରଗଡ, ବାଲେଶ୍ୱର, ଖୋର୍ଦ୍ଧା ଓ ଗଂଜାମର ବିଭିନ୍ନ ସ୍ଥାନରେ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ଗଜପତି, କଟକ, ଜଗତସିଂହପୁର, ସୁନ୍ଦରଗଡ, ମୟୂରଭଂଜ ଓଯାଜପୁର ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡିଶାରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts