FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମାଲକାନଗିରି ଡିଜିପି: ଏନକାଉଣ୍ଟର ପରେ ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

ମାଲକାନଗିରି ଡିଜିପି: ଏନକାଉଣ୍ଟର ପରେ ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

ମାଲକାନଗିରି ଡିଜିପି:  ଏନକାଉଣ୍ଟର ପରେ ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା
SHARE NOW :

ମାଲକାନଗିରି( ଲାଇଭ ଓଡିଶା ନ୍ୟୁଜ): ଗତକାଲି ମାଲକାନଗିରିର ତୁଳସୀ ପାହାଡ଼ର ଜଙ୍ଗଲରେ ଦିନ ତମାମ ଚାଲିଥିଲା କମ୍ବିଂ ଅପରେସନ୍। ପୋଲିସ ଗୁଳିରେ ଟଳିଥିଲେ ୨ ମହିଳାଙ୍କ ସମେତ ୩ ମାଓବାଦୀ । ଯବାନଙ୍କ ଅପରେସନ ବେଳେ ମିଳିଥିଲା ବଡ଼ ସଫଳତା । ଅପରେସନ୍ ଶେଷ ପରେ ଯବାନମାନେ ୩ ମାଓବାଦୀଙ୍କ ମୃତଦେହ ଓ ଜବତ ମାଓ ସାମଗ୍ରୀ ଧରି ଫେରିଛନ୍ତି। ସୂଚନା ଥାଉକି ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ମୁହାଁମୁହିିଁ ହୋଇଥିଲେ ପୋଲିସ-ମାଓବାଦୀ । ପାହାଡ଼ ଉପରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏତିକିବେଳେ ଊଠୠ ଓ ଝଙଏ କ୍ୟାମ୍ପ ଉପରେ ହଠାତ୍ ଗୁଳି ମାଡ କରିଥିଲେ ମାଓବାଦୀ । ପୋଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ସାମିଲ୍ ଥିଲେ । ଇଙଈ ସଙ୍ଗଠନର ହୋଇଥିବା ନେଇ ସୂଚନା ମିଳିଥିଲା । ପୋଲିସର କାଉଣ୍ଟର ଫାୟାରିଂକୁ ସାମ୍ନା କରି ନପାରେ ମାଓନେତା ସୁନୀଲ ସହ ଆଉ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଦିନ ରାତି ଅହରହ କମ୍ବିଂ ଅପରେସନ୍ ଜାରି ରହିଥିବା ନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts