FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସିନେମା ହଲ୍, ମଲ୍ ଓ ପାର୍କ ଖୋଲିବାକୁ ମିଳିଲା ଅନୁମତି

ସିନେମା ହଲ୍, ମଲ୍ ଓ ପାର୍କ ଖୋଲିବାକୁ ମିଳିଲା ଅନୁମତି

ସିନେମା ହଲ୍, ମଲ୍ ଓ ପାର୍କ ଖୋଲିବାକୁ ମିଳିଲା ଅନୁମତି
SHARE NOW :

ଭୁବନେଶ୍ୱର (ନୀଳାଚଳ ନ୍ୟୁଜ୍‌): ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି ସରକାର । ଏସ୍‌ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ ।

ରାଜ୍ୟରେ ଖୋଲିବ ମଲ୍ ସିନେମା ହଲ୍ ଓ ପାର୍କ । ନିର୍ଦ୍ଧାରିତ ସମୟ ମଧ୍ୟରେ ମଲ ଖୋଲିବା ନେଇ ଏହି ଗାଇଡଲାଇନରେ କୁହାଯାଇଛି । ସେହିପରି କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନରେ ମଲ ବନ୍ଦ ରହିବ । ସେପଟେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ଅନୁମତି ମିଳିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଏସଆରସି ।

ପାର୍କ ସହ ସମୁଦ୍ରକୂଳକୁ ମଧ୍ୟ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇଛି । ହେଲେ ଏହି ସମୟରେ ସମସ୍ତ କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କଟକ, ଭୁବନେଶ୍ୱର ଓ ପୁରୀରେ ମଲ୍, ହଲ୍, ଢାବା ଓ ରେଷ୍ଟୁରାଣ୍ଟରେ ପ୍ରାପ୍ତ ବୟସ୍କ ଲୋକ ଟିକା ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବା ବାଧ୍ୟତାମୂଳକ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts