- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ମମିତା ମୃତ୍ୟୁ ମାମଲା: କଳାହାଣ୍ଡିରେ ବିଜେପି ପକ୍ଷରୁ ବନ୍ଦ ଡାକରା
ମମିତା ମୃତ୍ୟୁ ମାମଲା: କଳାହାଣ୍ଡିରେ ବିଜେପି ପକ୍ଷରୁ ବନ୍ଦ ଡାକରା

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ବେହେରା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ସତ୍ୟ ପ୍ରକାଶ କରିବା ପରେ ଉକ୍ତ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ବିଜେପି ପକ୍ଷରୁ ଆଜି କଳାହିଣ୍ଡି ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଯାହା ସକାଳ ୬ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ପାଳନ କରାଯାଉଛି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ସକାଳ ୬ରୁ ବିଜେପିର ହଜାର ହଜାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ସହିତ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡିମଟର ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି ।