FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମମିତା ମେହେର ମୃତ୍ୟୁ ମାମଲା: ଆଜି ସରୁଛି ଗୋବିନ୍ଦ ସାହୁର ରିମାଣ୍ଡ

ମମିତା ମେହେର ମୃତ୍ୟୁ ମାମଲା: ଆଜି ସରୁଛି ଗୋବିନ୍ଦ ସାହୁର ରିମାଣ୍ଡ

ମମିତା ମୃତ୍ୟୁ ମିଷ୍ଟ୍ରିର ରହସ୍ୟ ଖୋଲିଲା ଅଭିଯୁକ୍ତ ଗୋବିନ୍ଦ
SHARE NOW :

କଳାହାଣ୍ଡି(ନୀଳାଚଳ ନ୍ୟୁଜ୍‌): ବହୁ ଚର୍ଚ୍ଚିତ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆଜି ସରୁଛି ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରିମାଣ୍ଡ ଅବଧି । ତେବେ ଆଜି ୫ ଦିନିଆ ରିମାଣ୍ଡ ସରୁଥିବାରୁ କୋର୍ଟରେ ହାଜର କରିବ ପୋଲିସ୍ । କୋର୍ଟରେ ହାଜର କରିବା ପୂର୍ବରୁ ଗତକାଲି ରାତିରେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅନ୍ୟପଟେ ମମିତାଙ୍କ ବାପା ଓ ମାଆ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିବା ପରେ ମନୋହରପୁର ରିଜର୍ଭରେ ଉତ୍ତରାଞ୍ଚଳ ଡିଆଇଜି, ଏସପିଙ୍କ ସହିତ ଆଲୋଚନା କରିଛନ୍ତି ।

ସୂଚନା ଅନୁଯାୟୀ, ରିମାଣ୍ଡ ସମୟରେ ଗୋବିନ୍ଦକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ । ସେଠାରେ ପାଖାପାଖି ୧୫ ମିନିଟ୍ ଧରି ପୋଲିସକୁ ହତ୍ୟା ସଂପର୍କରେ ଜଣାଇଥିଲା ଗୋବିନ୍ଦ । ଉକ୍ତ ଘଟଣାରେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ମଧ୍ୟ ପୋଲିସ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Related Posts