FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମମିତା ମେହେର ମୃତ୍ୟୁ ମାମଲା: ବିଜେପି ପକ୍ଷରୁ ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ମମିତା ମେହେର ମୃତ୍ୟୁ ମାମଲା: ବିଜେପି ପକ୍ଷରୁ ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ମମିତା ମେହେର ମୃତ୍ୟୁ ମାମଲା: ବିଜେପି ପକ୍ଷରୁ ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ
SHARE NOW :

ସୁବର୍ଣ୍ଣପୁର (ନୀଳାଚଳ ନ୍ୟୁଜ୍‌) ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ଶାସକ ଦଳର ନେତା ସଂମ୍ପୃକ୍ତ ଥିବା ନେଇ ଅଭିଯୋଗ କରୁଛି ବିଜେପି । ଏହାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି।


ବିରମହାରାଜପୁର ବ୍ଲକକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଦେଖିବାକୁ ମିଳିଛି। ଜରୁରୀ ସେବାକୁ ବାଦ ଦେଲେ ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଉକ୍ତ ହତ୍ୟା ଘଟଣାର ନିରପେକ୍ଷ ସିବିଆଇ ତଦନ୍ତ କରିବା ସହ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts