FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମମିତା ମୃତ୍ୟୁ ମାମଲା: କ୍ରାଇମ ସିନ୍ ଡେମା ଦେଖାଇଲା ଗୋବିନ୍ଦ

ମମିତା ମୃତ୍ୟୁ ମାମଲା: କ୍ରାଇମ ସିନ୍ ଡେମା ଦେଖାଇଲା ଗୋବିନ୍ଦ

ମମିତା ମୃତ୍ୟୁ ମିଷ୍ଟ୍ରିର ରହସ୍ୟ ଖୋଲିଲା ଅଭିଯୁକ୍ତ ଗୋବିନ୍ଦ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ ଶୁକ୍ରବାର ପୁଲିସ କ୍ରାଇମ୍ ସିନ ରିକ୍ରିଏସନ କରିଛି। ଉତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସ୍ପିଙ୍କ ଉପସ୍ତିତିରେ ଭୋର ୪. ୧୫ ରେ ମହାଲିଙ୍ଗ ଖେଳ ପଡିଆରେ ପ୍ରାୟ ୨୦ ରୁ ୨୫ ମିନିଟ୍ ଧରି ଡେମୋ ଦେଖାଇଛି ଗୋବିନ୍ଦ । ତେବେ ଏହି ହତ୍ୟା ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମମିତାଙ୍କ ମୃତଦେହ ପୋଡିଯିବା ପୂର୍ବରୁ ଖଣ୍ଡ ଖଣ୍ଡ ହୋଇଯାଇଥିଲା ବୋଲି ଗୁରୁବାର ଘଟଣାର ଅନୁସନ୍ଧାନ କରୁଥିବା ବୈଜ୍ଞାନିକ ଦଳର ଜଣେ ସଦସ୍ୟ କହିଛନ୍ତି। ଏହାକୁ ସହଜରେ ଜାଳିବା ଉଦ୍ଦେଶ୍ୟରେ ମୃତଦେହ କଟା ଯାଇଥିଲା ବୋଲି ଅଧିକାରୀ କହିଛନ୍ତି।


ଅକ୍ଟୋବର ୮ ରେ ମାମିତା ନିଖୋଜ ହୋଇଯାଇଥିଲେ। ଏହା ପଛରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମମିତାଙ୍କ ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ଅନୁସନ୍ଧାନ ପରେ ଜଣାପଡିଛି ଯେ , ମମିତା ଗୋବିନ୍ଦଙ୍କ ଅନୈତିକ ସମ୍ପର୍କ ବିଷୟରେ ଆଗରୁ ଅବଗତ ଥିଲେ ଏବଂ ସବୁ ତଥ୍ୟକୁ ଉନ୍ମୋଚନ କରିବାକୁ ଧମକ ଦେଇଥିଲେ । ପ୍ରତିଶୋଧ ନେବାକୁ ଗୋବିନ୍ଦ ତାଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଅକ୍ଟୋବର ୮ ରେ ତାଙ୍କ କାର ଭିତରେ ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ସାହୁ ମୃତଦେହକୁ ବିଦ୍ୟାଳୟର ନିର୍ମାଣାଧୀନ ଷ୍ଟାଡିୟମ ସ୍ଥାନକୁ ନେଇ ଯାଇଥିଲେ। ଏହାକୁ ସମାଧି ଦେବା ପୂର୍ବରୁ ଅଭିଯୁକ୍ତ କାର୍ଡବୋର୍ଡ ଏବଂ ଟାୟାର ସାହାଯ୍ୟରେ ମୃତଦେହକୁ ପୋଡି ଦେଇଥିଲା। ପରଦିନ ସକାଳେ ସେ ଗର୍ତ୍ତ ବନ୍ଦ କରିଦେଇଥିଲେ ବୋଲି ଡିଆଇଜି କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts