FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମମିତା ମୃତ୍ୟୁ ମାମଲା: ରାଧେ ଘରୁ ମିଳିଥିବା ବ୍ୟାଗ ମମିତାଙ୍କର ନୁହେଁ

ମମିତା ମୃତ୍ୟୁ ମାମଲା: ରାଧେ ଘରୁ ମିଳିଥିବା ବ୍ୟାଗ ମମିତାଙ୍କର ନୁହେଁ

ସୁବର୍ଣ୍ଣପୁରରେ  ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପିର ବିକ୍ଷୋଭ
SHARE NOW :

ବଲାଙ୍ଗୀର(ଲାଇଭ ଓଡିଶା ନ୍ୟୁଜ); ମମିତା ମୃତ୍ୟୁ ମାମଲାରେ ନୂଆ ଟୁିଷ୍ଟ୍ । ରାଧେ ଘରୁ ମିଳିଥିବା ବ୍ୟାଗ ମମିତାଙ୍କର ନୁହେଁ ବୋଲି ସ୍ପଷ୍ଟ କଲା ପୋଲିସ । ବ୍ୟାଗ୍ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି। ତେବେ ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ସେପଟେ ମୃତଦେହ ନିକଟରୁ ମିଳିଥିବା ମମିତାଙ୍କ ଚେନ୍ ଓ ପାଉଁଜି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମମିତାଙ୍କ ପରିବାର ଲୋକ ଚିହ୍ନଟ କରିବା ପରେ ପୁଲିସ ହସ୍ତାନ୍ତର କରିଛି। ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ଅନୈତିକ ପ୍ରେମ କାହାଣୀ କଳାଚିଠାର ପ୍ରଘଟ ପାଇଁ ମମିତାଙ୍କୁ ହତ୍ୟା କରିଥିଲେ ଗୋବିନ୍ଦ। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା\’ ସହଯୋଗୀ ରାଧେକୁ ଗିରଫ କରିଛି। ଗୋବିନ୍ଦ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ରାଜ୍ୟ ଏବେ ଉଠୁଛି ପଡ଼ୁଛି।

Leave a Reply

Your email address will not be published. Required fields are marked *

Related Posts