FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ହାଇକୋର୍ଟରେ ପହଞ୍ଚିଲେ ମମିତାଙ୍କ ପରିବାର

ହାଇକୋର୍ଟରେ ପହଞ୍ଚିଲେ ମମିତାଙ୍କ ପରିବାର

ହାଇକୋର୍ଟରେ ପହଞ୍ଚିଲେ ମମିତାଙ୍କ ପରିବାର
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ୍‌) : ରାଜନୀତିରେ ଚାଲିଛି ପ୍ରହସନ । ମମିତା ହତ୍ୟାକାଣ୍ଡ ଏବେ ଓଡିଶା ରାଜନୀତିରେ ରାଜ କରୁଛି । ନ୍ୟାୟ ଦେବା ଆଳରେ ଚାଲିଛି ଅଯଥା ରାଜନୀତି । ଏପଟେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରାଜନୀତିକ ଦଳରେ ହାତ ବାରିଶୀ ହୋଇ ସମ୍ବେଦନଶୀଳ ଖବର ପରିବେଶଣ କରୁଛନ୍ତି । କିନ୍ତୁ ଯାହାର ନ୍ୟାୟ ଦାବିରେ ରାଜନୀତି ଚାଲିଛି, ତାର ପରିବାର ଆଜି ହତାଶାୟୀ । ଏହି ଘଟଣାରେ ମମିତାଙ୍କ ପରିବାରର ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ତ୍ୱରିତ ତଦନ୍ତ ହିଁ ଏକମାତ୍ର ସାମାଧାନ ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ମମିତାଙ୍କ ପରିବାର । ଘଟଣାର ତଦନ୍ତ ବିଳମ୍ବ ହେଉଥିବାରୁ ରାଜନୈତିକ ଦଳ ଗୁଡିକ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ ଖବର ପରିବେଷଣ କରି ମୃତ ମମିତାଙ୍କର ଚରିତ୍ର ସଂହାର କରୁଛନ୍ତି ।
ପରିବାରର ମାନସିକ ସ୍ଥିତିକୁ ହୃଦୟଙ୍ଗମ କରି ସେମାନେ କିଛି ନିର୍ଦ୍ଦେିଷ୍ଟ ରାଜନୈତିକ ଦଳର ହାତବାରିଶି ସାଜି ଉଦ୍ଦେଶ୍ୟମୂଳକ ଖବର ପରିବେଷଣ କରାୟାଉଛି । ଘଟଣାରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି । ତଦନ୍ତ ବେଳେ ଗୋବିନ୍ଦ ସାହୁ ନିଜ ଦୋଷ ସ୍ୱୀକାର କରିସାରିଛି । ରାଜନୈତିକ ଦଳର ପ୍ରବଞ୍ଚନା ହେଉଥିବା ଏଭଳି ଖବର ତାଙ୍କ ପରିବାର ଓ ମମିତାଙ୍କ ଭାବମୂର୍ତ୍ତି ସମ୍ମାନକୁ ଆଞ୍ଚ ଆଣୁଛି । ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ପରିବାରକୁ ମାନସିକ ଆଘାତ ଦେଉଛି । ଘର ସାମ୍ନାରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଗାଡ଼ି କ୍ୟାମ୍ପ କରିବା ସହ ସେମାନଙ୍କ ପରିବାରର ପ୍ରତିକ୍ରିୟା ପାଇଁ ବାଧ୍ୟ କରାଯାଉଛି । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଗଣମାଧ୍ୟମ ପରିବାରର ପ୍ରାଇଭେସୀ ନଷ୍ଟ କରାଯାଉଛି । ରାଜନୈତିକ ଦଳ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଏଭଳି କାର‌୍ୟ୍ୟ ବିରୋଧରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମମିତାଙ୍କ ପରିବାର । ତେଣୁ ମମିତା ହତ୍ୟା ଘଟଣାର ତ୍ୱରିତ ତଦନ୍ତ କରିବାକୁ ପରିବାର ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts