FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କୁକୁରଙ୍କୁ ବିଷ ଦେଇ ହତ୍ୟା କରିବା ମାମଲା, ଗିରଫ ହେଲା ଅଭିଯୁକ୍ତ

କୁକୁରଙ୍କୁ ବିଷ ଦେଇ ହତ୍ୟା କରିବା ମାମଲା, ଗିରଫ ହେଲା ଅଭିଯୁକ୍ତ

କୁକୁରଙ୍କୁ ବିଷ ଦେଇ ହତ୍ୟା କରିବା ମାମଲା, ଗିରଫ ହେଲା ଅଭିଯୁକ୍ତ
SHARE NOW :

କଟକ,୨୩.୯( ଲାଇଭ୍ ଓଡିଶା ନ୍ୟୁଜ୍‌): କଟକ ଚୌଦ୍ୱାର ଜଳଖିଆରେ ବିଷ ଦେଇ ୨୦ କୁକୁରଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ଗିରଫ। ଚୌଦ୍ୱାର ଶଙ୍କରପୁର ଗାଁରୁ ଆଜି ଅଭିଯୁକ୍ତ ଜଳଖିଆ ଦୋକାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚୌଦ୍ୱାର ପୋଲିସ୍ ।
ଜଳିଖିଆ ଦୋକାନ ସାମ୍ନାରେ କୁକୁର ମାନେ ଏକତ୍ରିତ ହେଉଥିବା ଓ ମଳତ୍ୟାଗ କରୁଥିବା ଯୋଗୁ ଅଜୟ କୁମାର ସାହୁ ସେମାନଙ୍କୁ ବିଷ ଦେଇ ମାରୁଥିବା ଜଣାପଡ଼ିଥିଲା। ଏହା ପରେ ଗ୍ରାମବାସୀ ଚୌଦ୍ଵାର ଥାନାକୁ ଯାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ଚୌଦ୍ଵାର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୨୯୪/୩୫୩/୪୨୯/୩୩୨ ଋ ୫୦୬ ରୁଜୁ କରି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।
ସୂଚନା ଅନୂଯାଇ ସମ୍ପୃକ୍ତ ଜଳଖିଆ ଦୋକାନୀ ଜଣଙ୍କ ମାତ୍ର ୩ ଦିନ ମଧ୍ୟରେ ଜଳଖିଆରେ ବିଷ ଦେଇ ୨୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରିଥିଲା ।
ସ୍ଥାନୀୟ ଅଞ୍ଚଳରେ ଏହିଭଳି କୁକୁର ମଡକ ଦେଖି ଲୋକେ ଆତଙ୍କିତ ଥିବା ବେଳେ ସନ୍ଦେହ କରି ଜଳଖିଆ ଦୋକାନୀ ନାମରେ ଏତଲା ଦେଇଥିଲେ ।।

Leave a Reply

Your email address will not be published. Required fields are marked *

Related Posts