ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

SHARE NOW :
ମୟୁରଭଞ୍ଜ ,୨୮.୯ (ଲାଇଭ୍ ଓଡିଶା ନ୍ୟୁଜ୍/ ସତ୍ୟଜିତ କଲିଆ): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ହୋଇଛି ମର୍ମଦୁନ୍ତ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବିଶୋଇ ଅଞ୍ଚଳର ଶ୍ରୀ କୃଷ୍ଣ ଗିରି (୪୫) ।
ସକାଳୁ ତାଙ୍କ ଝିଅର ଆଡ଼ମିଶନ ପାଇଁ ହୋଣ୍ତା ସାଇନ୍ ବାଇକ ଯୋଗେ ବାରିପଦା ଯାଉଥିବା ବେଳେ ଦ୍ବାରଶୁଣୀ ଘାଟି ମଧ୍ୟରେ ଏକ କଣ୍ଟେନର ଟ୍ରକ କୃଷ୍ଣଙ୍କୁ ଧକ୍କା ଦେଇଥିଲା ସେ ଭାରସାମ୍ୟ ହରାଇ ଟ୍ରକ୍ ସମ୍ମୁଖରେ ପଡିଯାଇଥିବା ବେଳେ ଟ୍ରକଟି କାଙ୍କ ଉପରେ ମାଡ଼ି ଯାଇଥିଲା।
ତାଙ୍କୁ ମୁମୂର୍ଷ ଅବସ୍ତାରେ ବାଙ୍ଗିରିପୋଷି ମେଡିକାଲକୁ ନିଆଯାଇଥିବା ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।
ବାଙ୍ଗିରିପୋଷି ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି।